Report Card Odisha

| Daily Odia News

ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀ ଚିତ୍ତରଞ୍ଜନଙ୍କ ମୃତଦେହ ଉଦ୍ଧାର……

ରିପୋର୍ଟ କାର୍ଡ / ପୁରୀ

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷା କର୍ମୀ ଭାବେ କାମ କରୁଥିବା ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ଉଦ୍ଧାର ହୋଇଥିବାର ଖବର ମିଳିଛି। ପୁରୀ ସଦର ଥାନା ଅନ୍ତର୍ଗତ ଭାର୍ଗବୀ-ନୂଆନଈ ଠାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ଭାର୍ଗବୀ-ନୂଆନଈରେ ଏକ ଶବ ଭାସୁଥିବାର ଲୋକେ ଦେଖିବାକୁ ପାଇଥିଲେ। ଏନେଇ ଲୋକେ ସ୍ଥାନୀୟ ପୋଲିସକୁଖବର ଦେଇଥିଲେ। ଏହାପରେ ପୋଲିସ ପହଂଚି ଘଟଣାସ୍ଥଳରୁ ଚିତ୍ତରଞ୍ଜନଙ୍କ ମୃତଦେହକୁ ଉଦ୍ଧାର କରିଥିଲା। ଏବେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି। ମୃତ ଯୁବକ ଚିତ୍ତରଞ୍ଜନ ପଲେଇଙ୍କ ଘର ବ୍ରହ୍ମଗିରି ଥାନା ଅଞ୍ଚଳର ସାନବନ୍ଧକେରା ଗାଁରେ ବୋଲି ସୂଚନା ମିଳିଛି। ତାଙ୍କର ବୟସ ମାତ୍ର ୨୨ ବର୍ଷ। ସେ ଗତ ୪ ମାସ ତଳେ ବିବାହ କରିଥିଲେ। ୨ ଦିନ ହେବ ସେ ନିଖୋଜ ଥିଲେ। ଚିତ୍ତରଞ୍ଜନଙ୍କୁ ତାଙ୍କ ସାଙ୍ଗମାନେ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗ କରି ତାଙ୍କ ବଡ଼ବାପା ପୂର୍ଣ୍ଣଚନ୍ଦ୍ର ପଲେଇ ପୁରୀ ସଦର ଥାନାରେ ଏତଲା ଦେଇଥିଲେ। ଏହାପରେ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ଜଣାଯାଇଛି।

Breaking News