ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ଏକା ଥରକେ ୭ ହଜାର ଶିକ୍ଷକ ନିଯୁକ୍ତି ପାଇବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ସୂଚନା ଦେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତିକି ଶିକ୍ଷକ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁନାହାନ୍ତି। ବିଶେଷ କରି ସଂରକ୍ଷିତ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀ ମିଳୁ ନାହାନ୍ତି। ୧୬ ତାରିଖରେ ନିଯୁକ୍ତି ପାଇବେ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କ ଟାର୍ଗେଟ ରଖିଥିଲେ । ଏନେଇ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ୧୧ ହଜାର ଉଚ୍ଚବିଦ୍ୟାଳୟ ଶିକ୍ଷକ ପଦବୀ ମଧ୍ୟରୁ ୭ ହଜାର ଶିକ୍ଷକ ପଦବୀ ନେଇ ଉତ୍ତୀର୍ଣ୍ଣ ହୋଇଛନ୍ତି ଶିକ୍ଷକ । ବାକି ୪ ହଜାର ସଂରକ୍ଷିତ ପଦବୀ ପାଇଁ ଉତ୍ତୀର୍ଣ୍ଣ ହୋଇପାରିନାହାନ୍ତି । ଏହାକୁ ନେଇ ବିଭାଗ ପକ୍ଷରୁ ବିଚାର କରାଯାଉଛି । ସପ୍ତାହକ ମଧ୍ୟରେ ଏ ନେଇ ବିକଳ୍ପ ବିଚାର କରାଯିବ । ପ୍ରାଥମିକ ଭାବେ ୫ଟି ସ୍କୁଲ ଗୁଡିକରେ ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ଟାର୍ଗେଟ ରଖିଛନ୍ତି । କେବଳ ସ୍କୁଲ କୋଠା ନବୀକରଣ ନୁହେଁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି ।






More Stories
ବଦଳିଲେ ଆଇଆଇସି,୪ ପୋଲିସ ସସ୍ପେଣ୍ଡ୍…..
ବାଲିଅନ୍ତା ହତ୍ୟା ଘଟଣାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ…..
ଆସୁଛି ଲଘୁଚାପ…..