ରିପୋର୍ଟ କାର୍ଡ / ଭୁବନେଶ୍ୱର
ସର୍ବ ସହମତିକ୍ରମେ ନିର୍ଦ୍ବନ୍ଦରେ ରଣପୁର ବିଧାୟିକା ସୁରମା ପାଢ଼ୀ ଓଡିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି | ସୁରମା ପାଢୀଙ୍କୁ ବାଚସ୍ପତି କରିବା ପାଇଁ ପ୍ରସ୍ତାବ ରଖିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ସଂସଦୀୟ ବ୍ୟାପର ମନ୍ତ୍ରୀ ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଆଜି ସେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ଦ୍ୱିତ୍ୱଗ୍ରହଣ କରିଛନ୍ତି | ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁରମା






More Stories
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହେଲେ ଅନୁ ଗର୍ଗ……
ଗାଡ଼ିର ବୈଧ କାଗଜପତ୍ର କରିବା ସମୟ ବୃଦ୍ଧି…..
ଅଭିଯୁକ୍ତର ଘର ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ…..