ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ଗୁଜରାଟର ସୁରଟ କୋର୍ଟରେ ହାଜର ହୋଇଥିଲେ। ଗତ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ବୋଲି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏକ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ରୁଜୁ ହୋଇଥିଲା ମାନହାନୀ ମାମଲା ହୋଇଥିଲା । ଏହି ସବୁ ମୋଦି ଚୋର ମାମଲାରେ ରାହୁଲ ଗାନ୍ଧି ଆଜି କୋର୍ଟରେ ହାଜର ହୋଇଥିଲେ ଓ ନିଜର ପକ୍ଷ ରଖିଥିଲେ। ରାହୁଲ କହିଛନ୍ତି, ସେ କୌଣସି ସମାଜକୁ ଆକ୍ଷେପ କରି କହିନି, ବଂର ନିର୍ବାଚନ ବେଳେ ରାଜନୈତିକ କଟାକ୍ଷ କରିଛି। ଏହି ମାମଲାରେ ତାଙ୍କୁ ଆଉ କିଛି ଅଧିକ ମନେ ନାହିଁ। କୋର୍ଟ ଆବେଦନକାରୀଙ୍କ ଦାବିକୁ ଖାରଜ୍ କରିଛନ୍ତି, ଯେଉଁଥିରେ କ୍ୟାମେରାମ୍ୟାନଙ୍କ ବୟାନ ରେକର୍ଡ କରିବା କଥା କୁହାଯାଇଥିଲା। ଏବେ ଏହି ମାମଲାରେ ଆସନ୍ତା ୧୨ ଜୁଲାଇରେ ଶୁଣାଣି ହେବ। ସୁରଟ କୋର୍ଟରେ ହାଜର ହେବା ପୂର୍ବରୁ ରାହୁଲ ଟୁଇଟ୍ କରି ଲେଖିଥିଲେ, ଅସ୍ତିତ୍ବର ପୁରା ରହସ୍ୟ ଏହା ଯେ, କୌଣସି ଭୟ ନଥାଉ। ଉଲ୍ଳେଖନୀୟ ଯେ, ନିର୍ବାଚନ ବେଳେ ରାହୁଲଙ୍କ ଏହି ବୟାନକୁ ନେଇ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ମାନହାନୀ ମାମଲା ରୁଜୁ କରିଥିଲେ।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..