ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇପିଏସ ଡିଏସ କୁଟ୍ଟେଙ୍କୁ ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟ ଗୃହ ବିଭାଗରେ ଓଏସଡି ଭାବେ ଶ୍ରୀ କୁଟ୍ଟେଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ନିଲମ୍ବନ ଉଠିବା ପରେ ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ନିର୍ବାଚନ ସମୟରେ କୁଟ୍ଟେଙ୍କୁ ନିଲମ୍ବନ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ସଚିବ ଥିବାବେଳେ ନିଲମ୍ବିତ ହୋଇଥିଲେ। ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦେଶରେ ନିଲମ୍ବନ ହୋଇଥିଲେ। ନିର୍ବାଚନ ଗତିବିଧିରେ ସେ ସକ୍ରିୟ ଥିବା ନେଇ ଅଭିଯୋଗ ହେଲା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା ।






More Stories
ଆଜିଠୁ ନୀଳାଚଳ ଅବଢ଼ା……
ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା:୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ…..
ମୁଖ୍ୟମନ୍ତ୍ରୀଙ୍କ ୧୯ତମ ଜନଅଭିଯୋଗ ଶୁଣାଣି ଶେଷ: ୯୬ ପ୍ରତିଶତ ଅଭିଯୋଗର ସମାଧାନ…..