ରିପୋର୍ଟ କାର୍ଡ଼ / ନୂଆଦିଲ୍ଲୀ
ଦେଶର ସବୁଠାରୁ ସ୍ୱଚ୍ଛତାରେ ପୁଣି ବାଜି ମାରିଛିି ଇନ୍ଦୋର । ଶନିବାର ଔପଚାରିକ ଭାବେ ସ୍ୱଚ୍ଛତା ସର୍ବେକ୍ଷଣ ପରିଣାମ ଘୋଷଣା କରାଯିବ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଏହାକୁ ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଲଗାତାର ୫ମ ଥର ଲାଗି ଇନ୍ଦୋର ସହରକୁ ସବୁଠାରୁ ସ୍ୱଚ୍ଛ ସହର ବୋଲି ଘୋଷଣା କରାଯିବ । ସ୍ୱଚ୍ଛତାର ନମ୍ବର ୱାନ ପୁରସ୍କାର ଇନ୍ଦୋରକୁ ମିଳିବ । ଏହାସହ ପ୍ରଥମ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ସଫେଇ ମିତ୍ର ଚ୍ୟାଲେଞ୍ଜ ପୁରସ୍କାର ବି ଇନ୍ଦୋର ହାତେଇବ । କେବଳ ସେତିକି ନୁହେଁ ଫାଇବ ଷ୍ଟାର କାଟାଗୋରୀ ଆୱାର୍ଡ ବି ଇନ୍ଦୋରକୁ ମିଳିବ ବୋଲି ଜଣାପଡିଛି । ଏଥର ଇନ୍ଦୋର ୩ଟି ପୁରସ୍କାର ପାଇ ଶୀର୍ଷରେ ରହିବ । ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ଇନ୍ଦୋର ୪ଥର ଲଗାତାର ଭାବେ ଦେଶର ସ୍ୱଚ୍ଛ ସହର ତାଲିକାର ଶୀର୍ଷରେ ରହି ଆସିଥିଲା । ୪ଥର ଯାକ ଇନ୍ଦୋକୁ ନମ୍ବର ୱାନ ପୁରସ୍କାର ମିଳିଛି । ଏହା ପଛରେ ରହିଛି ଇନ୍ଦୋର ନଗର ନିଗମ ଓ ସଫେଇ ମିତ୍ରଙ୍କ ଦିନରାତି ପରିଶ୍ରମ । ଚଳିତ ବର୍ଷର ପୁରସ୍କାରର ଘୋଷଣା ୨୦ ନଭେମ୍ବରେ କରାଯିବ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଥର ଇନ୍ଦୋର ଖାତାକୁ ୩ଟି ପୁରସ୍କାର ଯିବ । ସଫେଇ ମିତ୍ର ଚ୍ୟାଲେଞ୍ଜ ପୁରସ୍କାର ଭାବେ ୧୨ କୋଟି ଟଙ୍କା ଦିଆଯିବ ବୋଲି ଜଣାପଡିଛି ।






More Stories
ଇଣ୍ଡୋନେସିଆରେ ଭୟଙ୍କର ଦୁର୍ଘଟଣା,୧୬ ମୃତ…..
ଭିବି-ଜି ରାମ ଜି ବିଲ୍ କୁ ରାଷ୍ଟ୍ରପତିଙ୍କ ଅନୁମୋଦନ…..
ବୀମା ଟଙ୍କା ପାଇଁ ବାପାକୁ ସାପ ଚୋଟ…..