Report Card Odisha

| Daily Odia News

ସ୍ବାମୀ ଅସୀମାନନ୍ଦ ସରସ୍ଵତୀଙ୍କ ପରଲୋକ…..

ରିପୋର୍ଟ କାର୍ଡ / କଟକ

ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଅସୀମାନନ୍ଦ ସରସ୍ଵତୀ ମହାରାଜଙ୍କର ପରଲୋକ ହୋଇଯାଇଛି | କଟକ ଚହଟା ସ୍ଥିତ ରାମ ମନ୍ଦିର ପରିସରରେ ଆଜି ଭୋର ସମୟରେ ଶେଷ ନିଶ୍ୱାସ ତ୍ୟାଗକରିଛନ୍ତି | ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ପରଲୋକ ଘଟିଥିବା କୁହାଯାଇଛି। ସ୍ବାମୀ ଅସୀମାନନ୍ଦ ସରସ୍ଵତୀ ଏକାଧାରରେ ଜଣେ ଆଧ୍ୟାତ୍ମିକ ଗୁରୁ ଓ ସମାଜ ସଂସ୍କାରକ ଥିଲେ। ସେ ସ୍ବାମୀ ନିଗମାନନ୍ଦ ସରସ୍ବତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଶଙ୍କରାଚାର୍ଯ୍ୟଙ୍କଠାରୁ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ। ବିଶ୍ବ ହିନ୍ଦୁ ପରିଷଦର ଜଣେ ମାର୍ଗଦର୍ଶକ ଭାବେ ସେ କାର୍ଯ୍ୟ କରୁଥିଲେ। ତାଙ୍କ ସଂପାଦନାରେ ଏକ ଲୋକପ୍ରିୟ ଧାର୍ମିକ ପତ୍ରିକା ‘ଅସୀମାଲୋକ’ ମଧ୍ୟ ପ୍ରକାଶିତ ହେଉଥିଲା। ଏହାଛଡ଼ା ସେ ବହୁ ଅନୁଷ୍ଠାନ ସହ ମଧ୍ୟ ଜଡ଼ିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ବାମୀ ଅସୀମାନନ୍ଦ ସରସ୍ଵତୀଙ୍କର ଶେ‌ଷ ଦର୍ଶନ ଲାଗି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଚହଟା ସ୍ଥିତ ରାମ ମନ୍ଦିର ପରିସରରେ ପହଞ୍ଚିଛନ୍ତି।

 

Breaking News