ରିପୋର୍ଟ କାର୍ଡ / ଯାଜପୁର
ପାରିବାରିକ କଳି ଶେଷରେ ହତ୍ୟା ରୂପ ନେଇଛି। ଶ୍ୱଶୁରକୁ ହାଣି ହତ୍ୟା କରିଛି ବୋହୂ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ରଣପାଳ ଗାଁରେ । ମୃତକ ହେଲେ ପବନା ହାତୀ । ଶଶୁରଙ୍କୁ ହତ୍ୟାକରି ବୋହୂ ରୂପା ହାତୀ ଫେରାର୍ ଥିବା ନେଇ ସୂଚନା ମିଳିଛି । ରୂପା ହାତୀଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଚଳାଇଛି । ଅଭିଯୋଗ ଅନୁସାରେ-ବିଲରେ କାମ କରିବା ବେଳେ ରୂପାଙ୍କର ସ୍ୱାମୀଙ୍କ ସହ ଝଗଡ଼ା ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଶ୍ୱଶୁରଙ୍କ ସହ ବି ପାଟିତୁଣ୍ଡ କରିଥିଲେ ବୋହୂ ରୂପା । ଏଥିରେ ଉତ୍ୟକ୍ତ ହୋଇ ରୂପା ଶ୍ୱଶୂର ପବନା ହାତୀଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା ମିଳିଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..