ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ଲକ୍ଷଣ ଠାରୁ ଓମିକ୍ରନ୍ ପ୍ରଜାତିରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କଠାରେ ଲକ୍ଷଣ ସାମାନ୍ୟ ଭିନ୍ନ ଦେଖାଯାଉଛି । ଗଳା ଦରଜ, କ୍ଳାନ୍ତ ଲାଗିବା, ଶରୀର ଯନ୍ତ୍ରଣା ଏବଂ ସାମାନ୍ୟ ଜ୍ବର ଆଦି ହେବା ଓମିକ୍ରନ୍ର କେତେକ ପ୍ରମୁଖ ଲକ୍ଷଣ। ଓମିକ୍ରନରେ ସଂକ୍ରମିତ ହୋଇ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲ୍ରେ ଚିକିତ୍ସିତ ରୋଗୀଙ୍କ ବାବଦରେ ଅନୁଧ୍ୟାନରୁ ଏହା ଜାଣିବାକୁ ମିଳିଛି। ଏହି ହସ୍ପିଟାଲ୍ରେ ଓମିକ୍ରନ୍ ଆକ୍ରାନ୍ତ ହୋଇ ୧୪ ରୋଗୀ ଚିକିତ୍ସିତ ହେଉଛନ୍ତି। ଏହି ୧୪ଟି ମାମଲାରୁ ୮ ଜଣଙ୍କ ପାଖରେ କୌଣସି ଲକ୍ଷଣ ନାହିଁ। ଲକ୍ଷଣ ଯେଉଁମାନଙ୍କଠାରେ ଅଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଗଳା ଦରଜ , ଅତ୍ୟଧିକ କ୍ଳାନ୍ତ ଲାଗିବା ଏବଂ ଶରୀର ଯନ୍ତ୍ରଣା ହେଉଥିବା କହିଛନ୍ତି। ଲକ୍ଷଣ ଥିବା ରୋଗୀଙ୍କୁ ସାଧାରଣ କରୋନାର ଔଷଧ ଦିଆଯାଉଛି। ଅନ୍ୟପକ୍ଷେ ଲକ୍ଷଣ ନଥିବା ରୋଗୀଙ୍କୁ ମଲଟିଭିଟାମିନ ଦିଆଯାଉଛି ବୋଲି ଓମିକ୍ରନ୍ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଓମିକ୍ରନ୍ ରୋଗୀଙ୍କର ଘ୍ରାଣ ଶକ୍ତି ହ୍ରାସ ହେଉନାହିଁ ବୋଲି ଜଣାପଡ଼ିଛି।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..