ରିପୋର୍ଟ କାର୍ଡ / ମୁମ୍ବାଇ
ଆଗଧାଡ଼ିର ଅଭିନେତ୍ରୀଙ୍କ ତାଲିକାରେ ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ। ଆଗକୁ ତାପସୀଙ୍କୁ ‘ଦୋବାରା’ରେ ଦେଖିବାକୁ ମିଳିବ । ତାହା ଅଗଷ୍ଟ ୧୯ ତାରିଖରେ ରିଲିଜ୍ ହେବାର ଅଛି। ଏନେଇ ଏକ ସାକ୍ଷାତକାରରେ ତାପସୀ ଫିଲ୍ମକୁ ନେଇ ନିଜର ଆଶା ସଂପର୍କରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏହା ଏକ ନୂଆ ଯୁଗର ଥ୍ରିୀଲର ଫିଲ୍ମ। ଦର୍ଶକମାନେ ଏଥିରେ ମୋତେ ବିଲକୁଲ୍ ନୂଆ ପ୍ରକାର ଅବତାରରେ ଦେଖିବାକୁ ପାଇବେ।

ରହସ୍ୟ ଓ ରୋମାଞ୍ଚରେ ପରିପୂର୍ଣ୍ଣ ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା ରହିଛି । ଫିଲ୍ମରେ ତାପସୀ ଅଭିନେତା ପାୱେଲ ଗୁଲାଟୀଙ୍କ ସହ ସ୍କ୍ରିନ୍ ସେୟାର କରିବେ। ଅନୁରାଗ କଶ୍ୟପ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ଏକତା କପୁରଙ୍କ କଲ୍ଟ ମୁଭିଜ୍ ଏହାକୁ ପ୍ରସ୍ତୁତ କରିଛି। ଏହି ଫିଲ୍ମ ବ୍ୟତୀତ ତାପସୀଙ୍କ ହାତରେ ଅନେକ ଗୁଡ଼ିଏ ପ୍ରୋଜେକ୍ଟ ରହିଛି। ସେଥିମଧ୍ୟରେ ‘ବ୍ଲର’, ‘ୱୋ ଲଡ୍କି ହୈ କାହାଁ’, ‘ଡଙ୍କି’ ପ୍ରମୁଖ ସାମିଲ। ‘ବ୍ଲର୍’ର ସେ ପ୍ରଯୋଜିକା ଥିବାବେଳେ ସେଥିରେ ତାଙ୍କ ବିପକ୍ଷରେ ଗୁଲଶନ୍ ଦେବୟାଙ୍କୁ ଦେଖିବାକୁ ମିଳିବ। ‘ଡଙ୍କି’ରେ ସେ କିଙ୍ଗ୍ ଖାନ୍ ଶାହରୁଖ୍ଙ୍କ ନାୟିକା ସାଜିବେ ।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..