Report Card Odisha

| Daily Odia News

ଭାରତରେ ପହଞ୍ଚିଲା ତହବୁର ରାଣା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀରେ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା | କଡାସୁରକ୍ଷା ବଳୟ ଭିତରେ ବୁଲେଟ୍ ପ୍ରୁଫ୍ ଗାଡ଼ିରେ ଏନଆଇଏ ହେଡକ୍ୱାଟରକୁ ନିଆଯିବ | ସେଥିପାଇଁ ଏକ ମାର୍କସମ୍ୟାନ୍ ଗାଡି ପ୍ରସ୍ତୁତ ମଧ୍ୟ ରହିଛି । ଆମେରିକାରୁ ସ୍ୱତନ୍ତ୍ର ବିମାନରେ ଏହି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ କୁ ଭାରତ ଅଣାଯାଇଛି । ବିମାନବନ୍ଦରରେ ପହଞ୍ଚିବା ପରେ ତାକୁ ଏହି ବୁଲେଟ୍ ପ୍ରୁଫ୍ ଗାଡ଼ିରେ ଏନଆଇଏ ମୁଖ୍ୟାଳୟ ନିଆଯିବ । ତେବେ ଔପଚାରିକ ଭାବେ ଏନଆଇଏ ତହବୁରକୁ ପ୍ରଥମେ ଗିରଫ କରିବ । ସେପଟେ ବିମାନବନ୍ଦର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Breaking News