ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ପହଞ୍ଚିଲା ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା | କଡାସୁରକ୍ଷା ବଳୟ ଭିତରେ ବୁଲେଟ୍ ପ୍ରୁଫ୍ ଗାଡ଼ିରେ ଏନଆଇଏ ହେଡକ୍ୱାଟରକୁ ନିଆଯିବ | ସେଥିପାଇଁ ଏକ ମାର୍କସମ୍ୟାନ୍ ଗାଡି ପ୍ରସ୍ତୁତ ମଧ୍ୟ ରହିଛି । ଆମେରିକାରୁ ସ୍ୱତନ୍ତ୍ର ବିମାନରେ ଏହି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ କୁ ଭାରତ ଅଣାଯାଇଛି । ବିମାନବନ୍ଦରରେ ପହଞ୍ଚିବା ପରେ ତାକୁ ଏହି ବୁଲେଟ୍ ପ୍ରୁଫ୍ ଗାଡ଼ିରେ ଏନଆଇଏ ମୁଖ୍ୟାଳୟ ନିଆଯିବ । ତେବେ ଔପଚାରିକ ଭାବେ ଏନଆଇଏ ତହବୁରକୁ ପ୍ରଥମେ ଗିରଫ କରିବ । ସେପଟେ ବିମାନବନ୍ଦର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..