ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟର ଗବେଷଣା ଏବଂ ବିକାଶ ୟୁନିଟର ଉପମୁଖ୍ୟ ଙ୍କ ମୃତ ଦେହ ଏକ ହୋଟେଲ ରୁମ ରୁ ମିଳିଛି | ଏହି ସରକାରୀ କେନ୍ଦ୍ରୀୟ ଏଜେନ୍ସି ସୂତ୍ରରୁ ପ୍ରକାଶପାଇଛି । ଶନିବାର ସକାଳେ ଦକ୍ଷିଣ ତାଇୱାନର ଏକ ହୋଟେଲ ରୁମରେ ସାମରିକ ମାଲିକାନା ନ୍ୟାସନାଲ ଚୁଙ୍ଗ୍-ଶାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ଉପମୁଖ୍ୟ ଓୟୁ ୟାଙ୍ଗ ଲି-ହିସିଙ୍ଗଙ୍କ ମୃତଦେହ ମିଳିଛି ବୋଲି ସିଏନ୍ଏ ରିପୋର୍ଟ କରିଛି। ମୃତ୍ୟର କାରଣ ବର୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ । କର୍ତ୍ତୃପକ୍ଷ ମୃତ୍ୟୁର କାରଣ ଖୋଜୁଥିବା କହିଛନ୍ତି। ଯଥା ଶୀଘ୍ର ତଦନ୍ତ ରିପୋର୍ଟ ପ୍ରକାଶ ପାଇବି ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବ୍ୟବସାୟିକ ଗସ୍ତରେ ଦକ୍ଷିଣାଞ୍ଚଳ କାଉଣ୍ଟି ପିଙ୍ଗସୁଙ୍ଗକୁ ଯାଇଥିବା ଓଉ ୟାଙ୍ଗ କ୍ଷେପଶାସ୍ତ୍ର ଉତ୍ପାଦନ ପ୍ରକଳ୍ପର ପର୍ଯ୍ୟବେକ୍ଷଣ ନିମନ୍ତେ ଚଳିତ ବର୍ଷ ଉପମୁଖ୍ୟ ପଦବୀରେ ନିଯୁକ୍ତି ପାଇଥିଲେ ବୋଲି ଉକ୍ତ ରିର୍ପୋଟରେ ପ୍ରକାଶ ପାଇଛି ।ସୂଚନାଯୋଗ୍ୟ ଚୀନଆଡୁ ବିପଦ ଥିବା ଜାଣି ତାଇୱାନର ଯୁଦ୍ଧ ସାମର୍ଥକୁ ବଢ଼ାଇବା ପାଇଁ ସେନା ତାର ବାର୍ଷିକ ଉତ୍ପାଦନ କୁ ଦୁଇଗୁଣ ଅଧିକ କରିବା ପାଇଁ କାର୍ଯ୍ୟ କରୁଥିଲା । ଚୀନ ତାଇୱାନୁ ପ୍ରାକୃତିକ ବାଲି ଯୋଗାଣରେ ରୋକ ଲଗାଇବା ସହ ସେଠାରୁ ଆମଦାନି କରୁଥିବା କିଛି ବସ୍ତୁକୁ ସ୍ଥଗିତ କରିଛି ।






More Stories
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..
ତୁରନ୍ତ ରୋକନ୍ତୁ ଏସଆଇଆର୍…..
ଶପଥ ସମାରୋହରେ ଗାମୁଛା ଉଡ଼ାଇଲେ ମୋଦି…..