Report Card Odisha

| Daily Odia News

ତାଲିବାନ ଆଗରେ ଆତ୍ମସମର୍ପଣ କଲେ ସରକାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନକୁ ମାଢ଼ୀମାଢ଼ୀ ଚାଲିଛି ତାଲିବାନ | ଧୀରେ ଧୀରେ ଆଫଗାନକୁ କବ୍‌ଜା କରିବାରେ ଲାଗିଛି ତାଲିବାନ | ଏହା ଭିତରେ ଭୟଙ୍କର ପରିସ୍ଥିତିରେ ଜୀବନ ବିତାଉଛନ୍ତି ଦେଶବାସୀ । ଆଜି ତାଲିବାନ୍‌ ହେରାତ୍‌ ପ୍ରାନ୍ତ ରାଜ୍ୟକୁ ନିଜ କବ୍‌ଜାକୁ ନେଇଯାଇଛି । ରାଜ୍ୟପାଳ ଭବନ ଠାରୁ ଆରମ୍ଭ କରି ପୋଲିସ୍ ହେଡ୍‌ କ୍ୱାର୍ଟର ପର୍ଯ୍ୟନ୍ତ ସମସ୍ତ ବଡ଼ ବଡ଼ ଅଫିସ୍‌କୁ ଘେରି ରହିଛି ତାଲିବାନ୍‌ । ଫଳରେ ଉପାୟ ନପାଇ ସରକାର ସମ୍ପୂର୍ଣ୍ଣ ଭାବେ ତାଲିବାନ ଆଗରେ ଆତ୍ମସମର୍ପଣ କରିଦେଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ହେରାତ ପ୍ରଦେଶ ଗଭର୍ଣ୍ଣର, ପୋଲିସ୍‌ ମୁଖ୍ୟ ଏବଂ ଏନ୍‌ଡିଏସ୍‌ ଅଫିସ୍‌ର ମୁଖ୍ୟଙ୍କୁ ନିଜ ଅଧିନକୁ ନେଇଛନ୍ତି । ଏହଛଡ଼ା ତାଲିବାନ ବିରୋଧରେ ଯୁଦ୍ଧ ଡାକରା ଦେଉଥିବା ମୋହମ୍ମଦ ଇସ୍ମାଇଲ୍‌ ଖାନ୍‌ଙ୍କୁ ମଧ୍ୟ ସେମାନେ ଅଟକ ରଖିଛନ୍ତି । ଏକ ଗଣମାଧ୍ୟମ ସଂସ୍ଥା ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି । ତାଲିବାନ ହେରାତ୍‌ ଛଡ଼ା କାନ୍ଧାର ଉପରେ ମଧ୍ୟ କବ୍‌ଜା କରିଛି । ଯାହାକୁ ଆଫଗାନିସ୍ତାନର ଦ୍ୱିତୀୟ ସବୁଠାରୁ ବଡ଼ ସହର ବୋଲି ଧରାଯାଇଥାଏ । ଏକ ସପ୍ତାହ ମଧ୍ୟରେ ତାଲିବାନ ଆଫଗାନିସ୍ତାନର ୧୩ଟି ପ୍ରାନ୍ତ ଉପରେ ନିଜର ଅଧିକାର ସାବ୍ୟସ୍ତ କରିସାରିଲାଣି । ଗୁରୁବାର ରାତିରେ ସେମାନେ କାନ୍ଧାରକୁ କବ୍‌ଜା କରିବା ପରେ ସକାଳୁ ସକାଳୁ ଲସ୍କର ଗାହ ସହରକୁ ମଧ୍ୟ ନିଜ ଅଧିନକୁ ଆଣି ସାରିଥିଲେ । ତାଲିବାନ୍‌ର ଆଗାମୀ ଟାର୍ଗେଟ୍‌ କାବୁଲ୍‌ ସହର ହେଇଥିବା ଜଣାପଡ଼ିଛି । ପଶ୍ଚିମ ପ୍ରାନ୍ତରେ ରହିଥିବା ଅନ୍ୟ ଦେଶମାନଙ୍କର ଦୂତାବାସକୁ ଆଫଗାନ୍‌ରୁ ବାହାରକୁ ଆଣିବା ପାଇଁ ଦେଶ ଗୁଡ଼ିକ ଲାଗିପଡ଼ିଛନ୍ତି । ଆମେରିକା ପୁଣିଥରେ ୩ ହଜାର ସୈନ୍ୟଙ୍କୁ ଆଫଗାନକୁ ପଠାଉଛି । ଯେଉଁମାନେ ଆମେରିକାର ଦୂତାବସରେ ରହିଥିବା ଅଧିକାରୀଙ୍କୁ ସୁରକ୍ଷିତ ଉଦ୍ଧାର କରି ଆମେରିକାରେ ପହଞ୍ଚାଇବା କାର୍ଯ୍ୟ କରିବେ ।

Breaking News