Report Card Odisha

| Daily Odia News

ନର୍ଦନ୍‌ ଆଲିଆନ୍ସର ସେନାଠାରୁ ୩ ଜିଲ୍ଲା ଛଡାଇଲା ତାଲିବାନ,ଆମେରିକା-ବ୍ରିଟେନ୍‌କୁ ଦେଲା ଧମକ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନରେ ତାଲିବାନର ବହୁ ମାତ୍ରାରେ ଶକ୍ତି ବୃଦ୍ଧି ପାଉଛି । ଯାହା ଦ୍ୱାରା ଗୋଟିଏ ପରେ ଗୋଟେ ବାକି ଅଂଚଳକୁ ଦଖଲ କରୁଛି ତାଲିବାନ | ବଗଲାନରେ ଥିବା ପୁଲ-ଏ-ହିସାଲ, ବନ୍ନୁ ଏବଂ ଦେହ୍ ସାଲେହ ୩ ଜିଲ୍ଲାକୁ ପୁଣି ଥରେ ତାଲିବାନ କବ୍‌ଜା କରିନେଇଛି । ଏନେଇ ତାଲିବାନର ପ୍ରବକ୍ତା ଜବିଦୁଲ୍ଲାହ ମୁଜାହିଦ ଦାବି କରିଛନ୍ତି ଯେ, ନର୍ଦନ୍‌ ଆଲିଆନ୍ସର ସେନାଠାରୁ ପୁଣି ଥରେ ଏହି ୩ ଜିଲ୍ଲାକୁ ଛଡାଇ ନିଆଯାଇଛି । ଏହା ସହିତ ସେଠାରୁ ନର୍ଦନ୍‌ ଆଲିଆନ୍ସର ଲୋକମାନଙ୍କୁ ବିତାଡିତ କରିବା ସହିତ ସହିତ ଆମେରିକାକୁ ଖୋଲାଖୋଲି ଭାବେ ଧମକ ଦେଇଛି ତାଲିବାନ । ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଧମକ ଦେଇ ତାଲିବାନ କହିଛି ଯେ, ‘ଜୋ ବାଇଡେନ୍‌ ୩୧ ଅଗଷ୍ଟ ସୁଦ୍ଧା ଆମେରିକାର ସମସ୍ତ ସେନ୍ୟଙ୍କୁ ନିଜ ଦେଶକୁ ଫେରାଇନେଉ ନଚେତ୍ ଭୟଙ୍କର ପରିଣାମ ଭୋଗିବାକୁ ପଡିବ ।’ ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ତାଲିବାନକୁ ପ୍ରଥମ ଥର ପାଇଁ ବଗଲାନ୍ ଅଞ୍ଚଳରେ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଥିଲା । ସେଠାରେ ନର୍ଦନ ଆଲିଆନ୍ସ ପକ୍ଷରୁ ତାଲିବାନ ଉପରକୁ ଜୋରଦାର ଆକ୍ରମଣ କରାଯାଇଥିଲା । ଯେଉଁଥିରେ ପ୍ରାୟ ୩୦୦ ତାଲିବାନୀ ନିହତ ହୋଇଥିଲେ । ନ୍ୟୁଜ ଏଜେନ୍ସି ଟୋଲୋ ରିପୋର୍ଟ ଅନୁଯାୟୀ, ବଗଲାନ୍‌ର ୩ଟି ଜିଲ୍ଲାକୁ ନର୍ଦନ ଆଲିଆନ୍ସ ତାଲିବାନ ଠାରୁ ଛଡାଇନେଇଥିଲା । ଏବେ ସେହି ୩ ଜିଲ୍ଲାରେ ପୁଣି ଥ​‌ରେ ତାଲିବାନ କବ୍‌ଜା କରିନେଇଥିବା ସୂଚନା ମିଳିଛି । ତାଲିବାନ ପ୍ରବକ୍ତା ସୋହେଲ ସାହୀନ କହିଛି ଯେ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ୩୧ ଅଗଷ୍ଟ ସୁଦ୍ଧା ଆଫଗାନିସ୍ତାନରୁ ତାର ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ପାଇଁ କହିସାରିଛନ୍ତି । ତାଲିବାନ ମଧ୍ୟ ସ୍ପଷ୍ଟ କରିଛି ଯେ, ୩୧ ଅଗଷ୍ଟରୁ ଗୋଟିଏ ବି ଦିନ ଅଧିକ ନହେବା ଆବଶ୍ୟକ । ଧାର୍ଯ୍ୟ ତାରିଖ ସୁଦ୍ଧା ଆମେରିକୀୟ ସୈନ୍ୟ ସମ୍ପୂର୍ଣ୍ଣ ଆଫଗାନିସ୍ତାନ ଖାଲି କରିବା ଆବଶ୍ୟକ । ବ୍ରିଟେନ୍‌କୁ ମଧ୍ୟ ସମାନ ଚେତାବନୀ ଦେଇଛି ତାଲିବାନ । ଯଦି ଆମେରିକା ଏବଂ ବ୍ରିଟେନ୍‌ ଅଗଷ୍ଟ ୩୧ରୁ ଅଧିକ ଗୋଟିଏ ବି ଦିନ ମହଲତ ମାଗନ୍ତି ତେବେ ତାହାର ପରିଣାମ ସେମାନଙ୍କୁ ଭୋଗିବାକୁ ପଡିବ ।

Breaking News