Report Card Odisha

| Daily Odia News

ବାହାଘରରେ ମ୍ୟୁଜିକ ବଜାଇବାରୁ ୧୩ଙ୍କୁ ହତ୍ୟା କଲା ତାଲିବାନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନରେ ପୁଣି ତାଲିବାନ ବର୍ବର କାଣ୍ଡ ରଚିଛି | ଏକ ବାହାଘର ସମାରୋହରେ ମ୍ୟୁଜିକ ବଜାଇବାକୁ ନେଇ ତାଲିବାନୀ ଆତଙ୍କୀ ୧୩ ଜଣଙ୍କୁ ହତ୍ୟା କରିଛନ୍ତି। ମାମଲା ଆଫଗାନିସ୍ତାନର ନେଙ୍ଗରହାର ପ୍ରାନ୍ତର ବୋଲି ଜଣ ପଡିଛି । ଏନେଇ ଆଫଗାନିସ୍ତାନର ପୂର୍ବ ରାଷ୍ଟ୍ରପତି ଅମଋଲ୍ଲାହ ସାଲେହ ସୋସିଆଲ ମିଡ଼ିଆ ଜରିଆରେ ସୂଚନା ଦେଇଛନ୍ତି। ଅମଋଲ୍ଲାହ ସାଲେହ ଟ୍ୱିଟରରେ ଲେଖିଛନ୍ତି, ‘ତାଲିବାନୀ ଆତଙ୍କୀ ନେଙ୍ଗରହାରରେ ଏକ ବିବାହ ସମାରୋହରେ ମ୍ୟୁଜିକ ବଜାଇବାରୁ ୧୩ ଜଣଙ୍କୁ ହତ୍ୟା କରିଛନ୍ତି। ଆମେ ନିନ୍ଦା କରି କ୍ରୋଧ ବ୍ୟକ୍ତ କରିପାରିବୁ ନାହିଁ। ୨୫ ବର୍ଷ ଯାଏଁ ପାକିସ୍ତାନ ସେମାନଙ୍କୁ ଆଫଗାନ ସଂସ୍କୃତି ଶେଷ କରିବାକୁ ଓ ଆମ ଦେଶକୁ କବଜା କରିବାକୁ ଆଇଏସଆଇର କଟ୍ଟର ଶାସନ ସ୍ଥାପନ କରିବାକୁ ଟ୍ରେନିଂ ଦେଇଛି। ସେମାନେ ଏବେ ନିଜ କାମ କରୁଛନ୍ତି। ତାଲିବାନର ବର୍ବର ଶାସନ ଅଧିକ ଦିନ ଚାଲିବନି। ଦୁର୍ଭାଗ୍ୟବଶତଃ ଏହି କ୍ଷମତା ଶାସନର ଶେଷ ଯାଏଁ ଆଫଗାନିସ୍ତାନ ଜନତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ।’ ୯୯୬ ରୁ ୨୦୦୧ ମଧ୍ୟରେ ଯେତେବେଳେ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଥିଲା ସେତେବେଳେ ସେମାନେ ସଂଗୀତ ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ନୂଆ ସରକାର ଏହିଭଳି କୌଣସି ଆଦେଶ ଜାରି କରିନାହାନ୍ତି।

Breaking News