Report Card Odisha

| Daily Odia News

ତାଲିବାନରେ ନିଶା ଦ୍ରବ୍ୟ ଉପରେ ଲାଗିଲା ରୋକ,ଢଳାଗଲା ୩୦୦୦ ଲିଟର ମଦ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଫିମ ଚାଷ ​​ଉପରେ ପ୍ରତିବନ୍ଧକ ଲଗାଇବା ପରେ ତାଲିବାନ ଦେଶରେ ନିଶା ଦ୍ରବ୍ୟ ଉପରେ ଆଉ ଏକ ରୋକ ଲଗାଯାଇଛି | ରାଜଧାନୀ କାବୁଲର ଡ୍ରେନ୍‌ରେ ଆଫଗାନିସ୍ତାନ ଗୁପ୍ତଚର ଏଜେଣ୍ଟମାନେ ପ୍ରାୟ ୩ ହଜାର ଲିଟର ମଦ ଫିଙ୍ଗିଦେଇଛନ୍ତି । ଆଫଗାନିସ୍ତାନରେ ମଦ୍ୟପାନ ଉପରେ କଟକଣା ଲଗାଇବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ଦେଶର ଗୁପ୍ତଚର ସଂସ୍ଥା ରବିବାର ଏହି ସୂଚନା ଦେଇଛନ୍ତି । ଜେନେରାଲ୍ ଡାଇରେକ୍ଟୋରେଟ୍ ଅଫ୍ ଇଣ୍ଟେଲିଜେନ୍ସ (GDI) ଦ୍ୱାରା ପ୍ରକାଶିତ ଏକ ଭିଡିଓରେ ଏହାର ଏଜେଣ୍ଟମାନେ ଡ୍ରେନ୍‌ରେ ମଦ ସବୁ ଢାଳୁଥିବା ଦେଖିବାକୁ ମିଳିଛି । ରାଜଧାନୀ କାବୁଲ୍‌ରେ ଚଢ଼ାଉ ବେଳେ ଏହି ସବୁ ମଦ ଜବତ ହୋଇଥିଲା । ରବିବାର ଦିନ ଟୁଇଟର୍‌ରେ ଗୁଇନ୍ଦା ଏଜେନ୍‌ସି ପୋଷ୍ଟ୍‌ କରିଥିବା ‘ଫୁଟେଜ୍‌’ରେ ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି, ମଦ ପ୍ରସ୍ତୁତି ଏବଂ ଯୋଗାଣରୁ ମୁସଲ୍‌ମାନ୍‌ମାନେ ନିଷ୍ଠାପର ଭାବେ ନିଶା ଦ୍ରବ୍ୟରୁ ନିବୃତ ରହିବା ଉଚିତ । କେବେ ଚଢ଼ାଉ ‌ହୋଇଥିଲା ଅଥବା ଠିକ୍‌ କେତେବେଳେ ଜବତ ମଦକୁ ନଷ୍ଟ କରି ଦିଆଗଲା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ, ଗୁଇନ୍ଦା ଏଜେନ୍‌ସି ଜାରି କରିଥିବା ବିବୃତି ଅନୁସାରେ, ଉକ୍ତ ଚଢ଼ାଉ ଅଭିଯାନରେ ୩ଜଣ ଡିଲର୍‌ଙ୍କୁ ଗିରଫ କରାଯାଇଛି । ସୂଚନା ଥାଉକି, ତାଲିବାନ ଧକଳ ପରେ ନୂଆ ନୂଆ ନିୟମ ସବୁ କାର୍ଯ୍ୟକାରୀ ହେଉଛି ।

 

Breaking News