ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବନ୍ଧୁକ ମୁନରେ ଆଫଗାନିସ୍ତାନକୁ କବଜା କରିବା ପରେ ଆତଙ୍କୀ ସଂଗଠନର ଚେହେରା ବିଶ୍ୱ ସାମ୍ନାକୁ ଆସିଛି। ତାଲିବାନ ମହିଳାଙ୍କ ପ୍ରତି ଅତ୍ୟାଚାର କରିଛି । ଆଫଗାନିସ୍ତାନର ଭବିଷ୍ୟତକୁ ନେଇ ଅନେକ ଦେଶ ବ୍ୟତିବ୍ୟସ୍ତ ହେଉଛନ୍ତି। ଇତି ମଧ୍ୟରେ ତାଲିବାନ କାବୁଲ ବିଶ୍ୱବିଦ୍ୟାଳୟରେ ଯୁବତୀଙ୍କ ପ୍ରବେଶକୁ ବାରଣ କରିଛି। ନିକଟରେ ତାଲିବାନ ଜଣେ ନୂଆ କୁଳପତି ନିଯୁକ୍ତ କରିଛି। ନୂଆ କୁଳପତି ନିଯୁକ୍ତି ପରେ ଘୋଷଣା କରିଛନ୍ତି ଯେ ବିଶ୍ୱବିଦ୍ୟାଳୟରେ ଇସଲାମିକ ପରିବେଶ ସୃଷ୍ଟି ନହେବା ପର୍ଯ୍ୟନ୍ତ ସେଠାରେ ଯୁବତୀ ଓ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ। ‘CNN’ ଏକ ରିପୋର୍ଟରେ ନୂଆ କୁଳପତି ମହମ୍ମଦ ଅଶରଫ ଘାେରାତଙ୍କ ଏକ ଟ୍ୱିଟକୁ ଦର୍ଶାଇ କହିଛି ଯେ ନୂଆ କୁଳପତି ଟ୍ୱିଟ କରି କହିଛନ୍ତି ଯେ ଯେପର୍ଯ୍ୟନ୍ତ ଇସ୍ଲାମିକ ବାତାବରଣ ସୃଷ୍ଟି ନ ହେଉଛି ସେପର୍ଯ୍ୟନ୍ତ ମହିଳାଙ୍କୁ କ୍ଲାସ କରିବା ପାଇଁ କିମ୍ବା କାମ କରିବାକୁ କାବୁଲ ୟୁନିଭର୍ସିଟି ଆସିବାକୁ ଅନୁମତି ନାହିଁ। ୧୯୯୦ ରେ ଯେତେବେଳେ ତାଲିବାନ ଆଫଗାନିସ୍ତାନରେ ରାଜତ୍ୱ କରିଥିଲା ସେତେବେଳେ ମହିଳାଙ୍କୁ କୌଣସି ପୁରୁଷ ସମ୍ପର୍କୀୟଙ୍କ ବିନା ବାହାରକୁ ଯିବାକୁ ଅନୁମତି ନଥିଲା। ଏମିତି ନ କଲେ ମହିଳାଙ୍କୁ ମାଡ ମରାଯାଉଥିଲା। ନ୍ୟୁୟର୍କ ଟାଇମ୍ସ ସହ କଥା ହୋଇ ଜଣେ ମହିଳା ଅଧ୍ୟାପକ କହିଛନ୍ତି, ‘ଏହି ପବିତ୍ର ସ୍ଥାନରେ କିଛି ବି ଅଣ-ଇସଲାମିକ ନାହିଁ। ଅଧ୍ୟକ୍ଷ, ଶିକ୍ଷକ, ଇଞ୍ଜିନିୟର ଏବଂ ଏପରିକି ମୁଲ୍ଲାମାନେ ମଧ୍ୟ ତାଲିମପ୍ରାପ୍ତ। ସେ କହିଛନ୍ତି ଯେ କାବୁଲ ବିଶ୍ୱବିଦ୍ୟାଳୟ ହେଉଛି ଆଫଗାନିସ୍ତାନ ରାଷ୍ଟ୍ରର ଘର। ନିକଟରେ ତାଲିବାନ ପିଏଚଡି ଡିଗ୍ରୀଧାରୀ କୁଳପତିଙ୍କୁ ବଦଳାଇ ବିଏ ଡିଗ୍ରୀ ହାସଲ କରିଥିବା ମହମ୍ମଦ ଅଶରଫଙ୍କୁ ଏଠାରେ କୁଳପତି ଭାବରେ ନିଯୁକ୍ତ କରିଛି। ତାଲିବାନର ଏହି ନିଷ୍ପତ୍ତି ପରେ କାବୁଲ ବିଶ୍ୱବିଦ୍ୟାଳୟର ପ୍ରାୟ ୭୦ ଶିକ୍ଷକ ଓ ପ୍ରଫେସର ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। ତାଲିବାନର ଏହି ନିଷ୍ପତ୍ତି ପରେ କାବୁଲ ବିଶ୍ୱବିଦ୍ୟାଳୟର ପ୍ରାୟ ୭୦ ଶିକ୍ଷକ ଓ ଅଧ୍ୟାପକ ନିଜ ପଦରୁ ଇସ୍ତଫା ଦେଇ ଦେଇଥିଲେ। ମହମ୍ମଦ ଅଶରଫଙ୍କ ନିଯୁକ୍ତିକୁ ନେଇ ସୋସିଆଲ ମିଡିଆରେ ବିରୋଧ କରାଯାଇଥିଲା ଏବଂ ତାଲିବାନକୁ ତୀବ୍ର ସମାଲୋଚନା କରାଯାଇଥିଲା। ଜଣେ ସାମ୍ବାଦିକଙ୍କ ହତ୍ୟାକୁ ଯଥାର୍ଥତା ଦେବାକୁ ଚେଷ୍ଟା କରୁଥିବାକୁ ମାମଲାକୁ ନେଇ ମଧ୍ୟ ସୋସିଆଲ ମିଡିଆ ୟୁଜର୍ସ ମନେ ପକାଉଥିଲେ। ଏହାପୂର୍ବରୁ ତାଲିବାନ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ବାରହାନୁଦ୍ଦିନ ରାବାନୀଙ୍କ ନାମରେ ନାମିତ ଏକ ବିଶ୍ୱବିଦ୍ୟାଳୟର ନାମକୁ କାବୁଲ ଶିକ୍ଷା ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତନ କରିଥିଲା।
More Stories
ତିନି ମାସ ଅପେକ୍ଷା କରିବେ ସରକାର …..
ଆଜି ପୃଥିବୀକୁ ଫେରିବେ ଶୁଭାଂଶୁ…..
ଜୀବନ ଯୁଦ୍ଧରେ ହାରିଗଲେ FM ଛାତ୍ରୀ…….