Report Card Odisha

| Daily Odia News

ଗର୍ଭବତୀଥିବା ମହିଳା ପୋଲିସ ଅଧିକାରିଣୀକୁ ହତ୍ୟା କଲା ତାଲିବାନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବର୍ବରତାର ସବୁ ସୀମା ଟପିଗଲା ତାଲିବାନ | ପରିବାର ଆଖି ଆଗରେ ୬ ମାସ ଅନ୍ତଃସତ୍ତ୍ବାଥିବା ମହିଳା ପୋଲିସ ଅଧିକାରିଣୀକୁ ହତ୍ୟା କରିଛି କ୍ରୁରହ ତାଲିବାନ | ଆଫଗାନିସ୍ତାନର କେନ୍ଦ୍ରାଞ୍ଚଳରେ ଥିବା ଗୋର୍‌ ପ୍ରଦେଶର ରାଜଧାନୀ ନଗରୀ ଫିରୋଜ୍‌କୋରେ ତାଲିବାନ୍ ଉଗ୍ରବାଦୀମାନେ ଜଣେ ପୋଲିସ ଅଧିକାରିଣୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗଣମାଧ୍ୟମ ‘ବିବିସି’ ରିପୋର୍ଟ ଅନୁସାରେ, ବନୁ ନେଗର ନାମ୍ନୀ ସେ ପୋଲିସ ଅଧିକାରିଣୀଙ୍କ ପରିବାରର ସଦସ୍ୟମାନେ କହିଛନ୍ତି ଯେ, ତାଲିବାନୀ ଆକ୍ରମଣ ଯୋଗୁଁ ତାଙ୍କ ମୁଖମଣ୍ଡଳ ଅତ୍ୟନ୍ତ ବିକୃତ ହୋଇଯାଇଛି। ‘ବିବିସି’ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ସ୍ଥାନୀୟ କାରାଗାରରେ କାର୍ଯ୍ୟ କରୁଥିବା ନେଗର ଆଠ ମାସ ହେବ ଅନ୍ତଃସତ୍ତ୍ବା ଥିଲେ ବୋଲି ଗୋଟିଏ ସୂତ୍ରରୁ ରିପୋର୍ଟ ମିଳିଛି। ସେହିପରି, ‘ଦି ସନ୍‌’ କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଦ୍ବାର ଦ୍ବାର ବୁଲି ମୁଣ୍ଡକାଟ ଅଭିଯାନ ଚଳାଇଥିବା ବେଳେ ତାଲିବ୍‌ମାନେ ନେଗରଙ୍କୁ ତାଙ୍କୁ ପିଲା ଓ ସ୍ବାମୀଙ୍କ ସାମ୍ନାରେ ହତ୍ୟା କରିଛନ୍ତି। ବିଲାଲ୍‌ ସର୍ୱାରି ନାମରେ ଜଣେ ବ୍ୟକ୍ତି ଟୁଇଟ୍‌ କରିଛନ୍ତି, ଗୋର୍‌ ପ୍ରଦେଶରେ ରାତି ୧୦ଟା ବେଳେ ପୁଲିସ ଅଧିକାରିଣୀ ନିଗାରାଙ୍କୁ ତାଙ୍କ ପିଲା ଓ ସ୍ବାମୀଙ୍କ ସମ୍ମୁଖରେ ଗୁଳି ମାରି ହତ୍ୟା କରାଯାଇଛି । ୬ ମାସ ହେବ ଅନ୍ତଃସତ୍ତ୍ବା ଥିବା ନିଗାରାଙ୍କୁ ତାଲିବାନ୍ ଗୁଳି ମାରି ହତ୍ୟା କରିଥିବା କଥା ତାଙ୍କ ପରିବାରର ସଦସ୍ୟମାନେ କହୁଛନ୍ତି। ନିହତ ମହିଳା ପୁଲିସଙ୍କ ଶବ ରକ୍ତରଞ୍ଜିତ ଗାଲିଚାରେ ପଡ଼ିଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ‘ଗ୍ରାଫିକ୍‌ ଇମେଜ୍‌’ରେ ଦେଖାଯାଉଛି। ସେ ଗାଲିଚା ଉପରେ ରକ୍ତଦାଗ ଥିବା ଦୁଇଟି ‘ସ୍କୃ-ଡ୍ରାଇଭର୍‌’ ମଧ୍ୟ ପଡ଼ିଛି। ଘଟଣାର ତଦନ୍ତ କରାଯିବ ବୋଲି ‌ସ୍ଥାନୀୟ ତାଲିବାନ ପ୍ରତିଶ୍ରୁତି ଦେଇଥିବା କଥା ତାଙ୍କ ପରିବାରବର୍ଗ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆଫଗାନିସ୍ତାନ ନିୟନ୍ତ୍ରଣ କରିବା ସମୟରୁ ତାଲିବାନ ଆପଣାକୁ ଅଧିକ ସହନଶୀଳ ଏବଂ ଉଦାରଚେତା ବୋଲି ଚିତ୍ରଣ କରିବାକୁ ଉଦ୍ୟମ ଚଳାଇଛି। କିନ୍ତୁ, ସେମାନଙ୍କଦ୍ବାରା କରାଯାଇଥିବା କେତେକ ପାଶବିକ ଏବଂ ଦମନ ଘଟଣା ଭିନ୍ନ କଥା କହୁଛି।

 

Breaking News