ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନକୁ ବନ୍ଧିକା ମୁନରେ ଦଖଲ କରିଥିବା ତାଲିବାନ ପଞ୍ଜଶୀରକୁ କବଜା କରି ବାତ ଦୂରର କଥା କିନ୍ତୁ ଉକ୍ତ ଅଞ୍ଚଳକୁ ପଶି ପାରିନାହିଁ | ତାଲିବାନ ଏବେ ପଞ୍ଜଶୀରକୁ ଅକ୍ତିଆର କରିବା ପାଇଁ ସଂଘର୍ଷ କରୁଛି । ପଞ୍ଜଶୀର ଘାଟିରେ ସେମାନଙ୍କୁ ଜୋରଦାର ଟକ୍କର ଦେଉଛନ୍ତି ନର୍ଦର୍ନ ଆଲିୟାନ୍ସ । ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଲଢେଇ ଜାରି ରହିଛି । କୌଣସି ପରିସ୍ଥିତିରେ ମଧ୍ୟ ପଛକୁ ହଟିବାକୁ ନାରାଜ ମହମ୍ମଦ ମାସୁଦ ସେନା । ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ତାଲିବାନୀମାନେ ସମ୍ପୂର୍ଣ୍ଣ ଭାବେ ପଞ୍ଜଶୀର ଘାଟିକୁ ଚାରିପଟୁ ଘେରି ରହିଛନ୍ତି । ତେଣୁ ଉଭୟ ପକ୍ଷ ମଧ୍ୟରେ ଜୋରଦାର ସଂଘର୍ଷ ଜାରିରହିଥିବା ବେଳେ ଆଗାମୀ ଦିନରେ ଲଢେଇ ଆହୁରି ତୀବ୍ରତର ରୁପ ନେବ ବୋଲି ଅନୁମାନ କରାଯାଉଛି । କାରଣ ପଞ୍ଜଶୀର ହିଁ ଗୋଟିଏ ଅଞ୍ଚଳ ଯେଉଁଠାରେ ଏବେବି ତାଲିବାନ ପହଞ୍ଚିବାକୁ ସକ୍ଷମ ହୋଇନାହିଁ । ପଞ୍ଜଶୀର ସିଂହ କୁହାଯାଉଥିବା ଅହମ୍ମଦ ଶାହା ମାସୁଦର ପୁଅ ଅହମ୍ମଦ ମାସୁଦଙ୍କ ନେତୃତ୍ବରେ ମାସୁଦ ସେନା ତାଲିବାନୀଙ୍କୁ କଡା ଟକ୍କର ଦେଉଛନ୍ତି । ପଞ୍ଜଶୀରର ପ୍ରବେଶ ପଥରେ ଆକ୍ରମଣ ଜୋରଦାର କରିଛି ତାଲିବାନ । ଅଗଷ୍ଟ ୧୫ରେ କାବୁଲ କବ୍ଜା କରିଥିଲା ତାଲିବାନ । କିନ୍ତୁ ବର୍ତ୍ତମାନ ସୁଦ୍ଧା ପଞ୍ଜଶୀରକୁ ନିଜ ଅକ୍ତିଆରକୁ ନେଇ ପାରିନି ତାଲିବାନ । ଅହମ୍ମଦ ମାସୁଦଙ୍କ ବ୍ୟତିତ ଆଫଗାନିସ୍ତାନର କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ପଞ୍ଜଶୀରରେ ରହି ରଣନୀତି ପ୍ରସ୍ତୁତ କରୁଛନ୍ତି । ଟ୍ବିଟ୍ କରି ସାଲେହ କହିଛନ୍ତି, ଆଫଗାନିସ୍ତାନର ନାଗରିକମାନଙ୍କ ପାଇଁ ଲଢେଇ ଜାରିରଖିଛି ପଞ୍ଜଶୀର ଏବଂ ଶେଷ ପର୍ଯ୍ୟନ୍ତ ଲଢେଇ ଜାରିରଖିବ ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..