ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫଗାନିସ୍ତାନରେ ଆତଙ୍କ ରାଜ ଚଳାଇଥିବା ତାଲିବାନୀଙ୍କ ମଧ୍ୟରେ ୨ ଭାରତୀୟ ସାମିଲ୍ ନେଇ କଂଗ୍ରେସ ସାଂସଦ ଶଶି ଥରୁର ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଉଭୟ ବ୍ୟକ୍ତି କେରଳ ପ୍ରଦେଶର ବାସିନ୍ଦା ବୋଲି କୁହାଯାଉଛି। ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ଏହି ଦୁଇ ଜଣଙ୍କ ହାତରେ ବନ୍ଧୁକ ଅଛି ଏବଂ ସେମାନେ ମାଲାୟାଲମ୍ ଭାଷାରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ସେୟାର କରି ଶଶି ଥରୁର ଲେଖିଛନ୍ତି, ‘ସେଗୁଡିକ ଶୁଣିବା ପରେ ଲାଗୁଛି ଯେ ସେଠାରେ ୨ ଜଣ ମାଲାୟାଲି ତାଲିବାନ ମଧ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ମାଲାୟାଲାମରେ ୮ ସେକେଣ୍ଡ ପାଇଁ କଥା ହୋଇଥିଲେ ଏବଂ ଅନ୍ୟ ଜଣକ ତାଙ୍କ କଥା ବୁଝୁଥିବା ପରି ମନେହେଉଥିଲା। ଅଗଷ୍ଟ ୧୫ରେ ଶଶି ଥରୁର ଏହି ଭିଡିଓ ଟ୍ୱିଟରରେ ସେୟାର କରିଛନ୍ତି।






More Stories
ଦିଲ୍ଲୀ ବିମାନବନ୍ଦର ୬ଦିନ ପାଇଁ ବନ୍ଦ…..
ବାପାମା’ଙ୍କ ଯତ୍ନ ନନେଲେ ଦରମା କାଟିବ……
ଯୁଦ୍ଧ ଓ ଶାନ୍ତି ପାଇଁ ଆମେ ପ୍ରସ୍ତୁତ…..