Report Card Odisha

| Daily Odia News

ତାଲିବାକୁ ଆର୍ଥିକ ସହାୟତା କରୁଛି ଚୀନ :ଆମେରିକା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ସ୍ଥିତି ଗମ୍ଭୀର ରହିଛି | ଲୋକେ ଜିନିଷ ପତ୍ରଛାଡି  ଜୀବନ ବଂଚାଇବାକୁ ଦେଶ ଛାଡି ଦେଉଛନ୍ତି | ଏମଧ୍ୟରେ ଅନେକଙ୍କ ଜୀବନ ଯାଇଛି | ଏହା ଭିତରେ ଆମେରିକା ଏବେ ଦୁଇଟି ବଡ଼ ଦାବି କରିଛି। ତାଲିବାନକୁ ଏବେ ଆର୍ଥିକ ସହାୟତା ଦରକାର ଥିବା ବେଳେ ଚୀନ ତାଲିବାନର ଏହି ଆବଶ୍ୟକତା ପୂରଣ କରିପାରେ ବୋଲି କହିଛି ଆମେରିକା। ଏହା ସହ ଆଫଗାନିସ୍ତାନ ଦଖଲ ପାଇଁ ତାଲିବାନକୁ ପାକିସ୍ତାନ ଏବଂ ଏହାର ଗୁଇନ୍ଦା ଏଜେନ୍ସି ଆଇଏସଆଇ ସାହାଯ୍ୟ କରିଥିବା କହିଛି ଆମେରିକା। ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ ୱେନବିନଙ୍କ ବିବୃତିକୁ ନେଇ ଆମେରିକା ଏଭଳି ଦାବି କରିଛି। ୱାଙ୍ଗ ୱେନବିନ କହିଛନ୍ତି ଯେ, ଚୀନ୍ ସର୍ବଦା ସମଗ୍ର ଆଫଗାନିସ୍ତାନର ଲୋକଙ୍କ ପ୍ରତି ଏକ ବନ୍ଧୁତ୍ୱପୂର୍ଣ୍ଣ ନୀତି ଆପଣାଇ ଆସିଛି ଏବଂ ଆଫଗାନିସ୍ତାନକୁ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଯଥେଷ୍ଟ ସହାୟତା ଯୋଗାଇଛି | ଆମେ ଆଶା କରୁଛୁ ଦେଶରେ ଉପୁଜିଥିବା ବିଶୃଙ୍ଖଳା ପରିସ୍ଥିତି ଏବଂ ଯୁଦ୍ଧ ଶୀଘ୍ର ସମାପ୍ତ ହେବ। ଦେଶରେ ଆତ୍ମ ଦକ୍ଷତା ବୃଦ୍ଧି, ଶାନ୍ତି, ପୁନଃ ନିର୍ମାଣ ଏବଂ ଲୋକଙ୍କ ଜୀବିକା ନିର୍ବାହରେ ସାହାଯ୍ୟ କରିବାରେ ଚୀନ୍ ମଧ୍ୟ ଏକ ସକରାତ୍ମକ ଭୂମିକା ଗ୍ରହଣ କରିବ। ୱାଙ୍ଗ ୱେନବିନଙ୍କ ଏଭଳି ବିବୃତି ପରେ ଚୀନ ତାଲିବାନକୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା କଥା ସ୍ପଷ୍ଟ ହୋଇଥିବା ବେଳେ ଆର୍ଥିକ ସହାୟତା ଯୋଗାଇପାରେ ବୋଲି ଆମେରିକା କହିଛି। ଅନ୍ୟପକ୍ଷରେ, ରିପବ୍ଲିକାନର ଜଣେ ବରିଷ୍ଠ ଆଇନଜୀବୀ ଦାବି କରିଛନ୍ତି ଯେ, ତାଲିବାନକୁ ଆଫଗାନିସ୍ତାନ ଦଖଲ କରିବାରେ ପାକିସ୍ତାନ ଏବଂ ଏହାର ଗୁପ୍ତଚର ଏଜେନ୍ସି – ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ(ଆଇଏସଆଇ) ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆତଙ୍କବାଦୀ ସଂଗଠନର ବିଜୟରେ ଇସଲାମାବାଦ ଖୁସି ପାଳନ କରିବା ଘୃଣ୍ୟ ଅଟେ। ଏହା ସହ ଆଫଗାନିସ୍ତାନର ପପ୍ ଷ୍ଟାର ଆର୍ଯ୍ୟାନା ସୟିଦ୍ ପାକିସ୍ତାନ ତାଲିବାନକୁ ଅର୍ଥ ପ୍ରଦାନ କରୁଥିବା ନେଇ ଦାବି କରିଛନ୍ତି ଏବଂ ସଙ୍କଟ ମଧ୍ୟରେ ଆଫଗାନିସ୍ତାନର ଲୋକଙ୍କୁ ସାହାଯ୍ୟ କରିବାକୁ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଛନ୍ତି। ଆଫଗାନିସ୍ତାନରୁ ଯିବା ପରେ ସେ କହିଛନ୍ତି ଯେ, ମୁଁ ଆଶା କରୁଛି ସେମାନେ ଅନ୍ତର୍ଜାତୀୟ ସମୁଦାୟ ପାକିସ୍ତାନ ଉପରେ ଚାପ ପକାଇ ପାରିବେ। ପାକିସ୍ତାନ ହେତୁ ଆଫଗାନିସ୍ତାନ ଆଜି ଏଭଳି ସମୟ ଦେଇ ଗତି କରୁଛି। ବର୍ତ୍ତମାନ ସମସ୍ତେ ଜାଣିଛୁ ତାଲିବାନକୁ ପାକିସ୍ତାନ ଅର୍ଥ ପ୍ରଦାନ କରୁଛି। ସେମାନଙ୍କୁ ପାକିସ୍ତାନ ଦ୍ୱାରା ନିର୍ଦ୍ଦେଶ ଦିଆଯିବା ସହ ପାକିସ୍ତାନରେ ସେମାନଙ୍କୁ ତାଲିମ ଦିଆଯାଉଛି | ମୁଁ ଚାହୁଁଛି ଅନ୍ତର୍ଜାତୀୟ ସମୁଦାୟ, ସର୍ବପ୍ରଥମେ ପାକିସ୍ତାନକୁ ପାଣ୍ଠି ଯୋଗାଇବା ବନ୍ଦ କରୁ, ଯାହାଦ୍ୱାରା ତାଲିବାନକୁ ପାଣ୍ଠି ଯୋଗାଇବା ପାଇଁ ପାକିସ୍ତାନ ପାଖରେ ପର୍ଯ୍ୟାପ୍ତ ଅର୍ଥ ରହିବ ନାହିଁ |

Breaking News