ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଣେ ୧୨ ବର୍ଷର ନାବାଳିକା ଶିଶୁ ଜନ୍ମ ଦେଇଛନ୍ତି। ଏଭଳି ଘଟଣା ଘଟିଛି ରାଜସ୍ଥାନ ଜୟପୁରର । ରବିବାର ରାତିରେ ଯୋଧପୁରର ଏକ ହସ୍ପିଟାଲରେ ନାବାଳିକା ଶିଶୁ ଜନ୍ମ କରିଛନ୍ତି। ତାପରେ ନାବାଳିକାଙ୍କୁ ନିକଟସ୍ଥ ସହରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉଭୟ ମା’ ଓ ଶିଶୁର ସ୍ୱାସ୍ଥ୍ୟ ଭଲ ଥିବା କୁହାଯାଉଛି। ମାମଲା ସମ୍ପର୍କରେ ସୂଚନା ଦେଇ ଏଠାକାର ଉପ ପୋଲିସ ଅଧିକ୍ଷକ ରାଜୁରାମ ଚୌଧୁରୀ କହିଛନ୍ତି ଯେ ନାବାଳିକା ନବମ ଶ୍ରେଣୀରେ ପଢ଼ନ୍ତି ଓ ତାଙ୍କ ସହ ତାଙ୍କର ୩ ସିନିୟର ଛାତ୍ର ଦୁଷ୍କର୍ମ କରିଥିଲେ | ୩ ଅଭିଯୁକ୍ତ ଛାତ୍ର ଦଶମ ଶ୍ରେଣୀରେ ପଢୁଥିଲେ। ୯ ମାସ ପୂର୍ବରୁ ନାବାଳିକା ସ୍କୁଲରୁ ନିଜ ହୋମୱାର୍କ ଚେକ କରାଇ ଘରକୁ ଫେରୁଥିବା ବେଳେ ଏହି ୩ ଛାତ୍ର ତାଙ୍କ ସହ ଦୁଷ୍କର୍ମ କରିଥିଲେ। ପୋଲିସ କହିଛି ଯେ ମାମଲା ରୁଜ୍ଜୁ କରାଯାଇ ଯାଞ୍ଚ କରାଯାଉଛି। ତେବେ ପୋଲିସକୁ ନାବାଳିକାଙ୍କ ବୟାନରେ ପ୍ରତିବାଦ ନଜର ଆସିଛି। ପୋଲିସ କହିଛି ଯେ ନାବାଳିକା ଯେଉଁ ସମୟରେ ନିଜ ସହ ଦୁଷ୍କର୍ମ ହୋଇଥିବା କହିଛନ୍ତି ସେତେବେଳେ କରୋନା ମହାମାରୀ ଯୋଗୁଁ ଅନେକ ସ୍କୁଲ ବନ୍ଦ ଥିଲା। ପୋଲିସ ଘଟଣାସ୍ଥଳକୁ ନେଇ ମଧ୍ୟ ଯାଞ୍ଚ କରୁଛି। ମାମଲାରେ ରାଜସ୍ଥାନର ଶିଶୁ ଅଧିକାରୀ ଆୟୋଗର ଅଧ୍ୟକ୍ଷ ସଙ୍ଗୀତା ବେନିଵାଲ ପୀଡିତଙ୍କ ସହ କଥା ହୋଇଛନ୍ତି। ତାଙ୍କୁ ସାକ୍ଷାତ କରିବା ପରେ ସେ କହିଛନ୍ତି ଯେ ପୀଡିତା ନବମ ଶ୍ରେଣୀ ଛାତ୍ରୀ। ନାବାଳିକା କହିଛନ୍ତି ଯେ ୩-୪ ଜଣ ଏକ ଜିପରେ ଆସି ତାଙ୍କୁ ଅପହରଣ କରିନେଲେ ଓ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ନାବାଳିକାଙ୍କ ପେଟରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ଏ ସମ୍ପର୍କରେ ଜାଣିଲେ। ନାବାଳିକାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ନାବାଳିକା ଗର୍ଭବତୀ ଥିବା ପରିବାର ଲୋକଙ୍କୁ କହିଥିଲେ। ସଙ୍ଗୀତା ବେନିଵାଲ କହିଛନ୍ତି ଯେ ନାବାଳିକା ଦିନେ ପୂର୍ବରୁ ଜଣେ ଅଭିଯୁକ୍ତକୁ ଚିହ୍ନଟ କରିଥିଲେ କିନ୍ତୁ ପରେ ନିଜ ବୟାନରୁ ଓହରି ଯାଇଥିଲେ। ଏପଟେ ପୀଡିତଙ୍କ ମା’ ଜନ୍ମିତ ଶିଶୁକୁ ନିଜ ସହ ରଖିବାକୁ ଅସ୍ବୀକାର କରିଛନ୍ତି। ଏହାପରେ ଶିଶୁ କଲ୍ୟାଣ କମିଟି ଶିଶୁ ଓ ମା’ର ଯତ୍ନ ନେବା କଥା କହିଛି।
Discussion about this post