ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନ କାବୁଲ ଦଖଲ ପରେ ଲୋକଙ୍କ ଉପରେ ବର୍ବରତା ଆରମ୍ଭ କରିଛି । ଆଫଗାନିସ୍ତନ ବାସିନ୍ଦା ତାଲିବାନୀଙ୍କ ଭୟରେ ଏବେ ଦେଶ ଛାଡୁଛନ୍ତି । ଆମେରିକା ସେନା ଅପସାରଣ କରିବା ପରେ ମଧ୍ୟ ଆଫଗାନିସ୍ତାନ ଉପରେ କଡ଼ା ନଜର ରଖିଛି । ତାଲିବାନୀଙ୍କୁ ପୁଣି ଥରେ ଚେତେଇ ଦେଇଛନ୍ତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଜୋ ବାଇଡେନ୍ କହିଛନ୍ତି, ଆମେରିକା ସେନା ଆଫଗାନିସ୍ତାନରୁ ହଟିଛି । କିନ୍ତୁ ଆଫଗାନିସ୍ତାନରେ ଆତଙ୍କବାଦୀ ବିରୋଧୀ ମିଶନ ଜାରି ରହିବ । ଆତଙ୍କବାଦୀ ଗତିବିଧି ଉପରେ ନଜର ରହିବ । ଆମେରିକା ସେନା ଉପରେ ତାଲିବାନୀ ଆକ୍ରମଣ କଲେ ତାର କଡ଼ାଗଣ୍ଡା ଦଣ୍ଡ ଭୋଗିବ ବୋଲି ଚେତେଇ ଦେଇଛନ୍ତି ବାଇଡେନ୍ । ସେହିପରି ଆଫଗାନିସ୍ତାନରେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ସେ କହିଛନ୍ତି କାବୁଲ ବିମାନବନ୍ଦର ଏବେ ସୁରକ୍ଷିତ ଅଛି । ଏୟାରପୋର୍ଟରେ ୬୦୦୦ ମାର୍କିନ ସୈନ୍ୟ ନିୟୋଜିତ ଅଛନ୍ତି । ବିମାନବନ୍ଦରରୁ ସେନା ସମେତ ଅନ୍ୟଦେଶର ନାଗରିକ ଚାର୍ଟର ବିମାନ ଯୋଗେ ବାହାରକୁ ଯାଇପାରିବେ । ଆଫଗାନିସ୍ତାନରେ ଥିବା ଆମେରିକାର ସମସ୍ତ ଲୋକଙ୍କୁ ସୁରକ୍ଷିତ ଫେରାଇ ଅଣାଯିବ ବୋଲି ଘୋଷଣା କରିଛନ୍ତି ବାଇଡେନ୍ । ସେହିପରି ଅନ୍ୟ ଦେଶ ଲୋକ ଓ ସ୍ୱତନ୍ତ୍ର ଇମିଗ୍ରେସନ୍ ଭିସା ଜରିଆରେ ଆଫଗାନିସ୍ତାନ ଛାଡୁଥିବା ଲୋକଙ୍କୁ ଏୟାରଲିଫ୍ଟ କରାଯାଉଛି । ଅଗଷ୍ଟ ୧୪ ତାରିଖଠାରୁ ପାଖାପାଖି ୧୩ଶହ ଲୋକ ସୁରକ୍ଷିତ ଉଦ୍ଧାର ହେଲେଣି ।






More Stories
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍……
ବିଷାକ୍ତ ଗ୍ୟାସ ଲିକ୍ ,ଦୁଇ ମୃତ ,୧୦,୦୦୦ ପ୍ରଭାବିତ…..
ବିଦେଶୀ ପ୍ରତିନିଧିଙ୍କ ଠାରୁ ବିରୋଧୀ ଦଳଙ୍କୁ ଦୂରେଇ ରଖାଯାଉଛି,ପୁରୁଣା ପରମ୍ପରା ଭାଙ୍ଗିଦେଉଛନ୍ତି……