ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତ ଛାଡ଼ି ଦେବେ ବୋଲି ରାଜନୈତିକ ମହଲରେ ଜୋର୍ଦାର ଚର୍ଚ୍ଚା ହେଉଛି। ଅମର ବିଜେଡି ଛାଡି ବିଜେପିରେ ମିଶିପାରନ୍ତି। ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି । ଯେଉଁଥିରେ ଅମର ପଟ୍ଟନାୟକ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଅମରଙ୍କ ସହ ଆଜି ଆଉ ଦୁଇ ବିଜେଡି ନେତା ପଦ୍ମ ଧରିପାରନ୍ତି।ଏହି ମିଶ୍ରଣ ସଭାରେ ରାଜ୍ୟ ସଭାପତି ଓ ପ୍ରଭାରୀଙ୍କ ଉପସ୍ଥିତିରେ ସାମିଲ୍ ହୋଇପାରନ୍ତି । ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଏବଂ ବିଜେଡିରୁ ବିତାଡ଼ିତ ଶ୍ରୀମୟୀ ମିଶ୍ର ଭାଜପାରେ ସାମିଲ ହୋଇପାରନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ପ୍ରଭାରୀ ବିଜୟ ସିଂ ତୋମର ପ୍ରମୁଖଙ୍କ ଉପସ୍ଥିତିରେ ଅମର ପଟ୍ଟନାୟକ ଓ ନୂଆପଡ଼ା ନିର୍ବାଚନ ମଣ୍ଡଳୀର କେତେକ ପ୍ରମୁଖ ବିଜେଡି ନେତା ପଦ୍ମ ଧରିବେ ବୋଲି କୁହାଯାଉଛି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..