Report Card Odisha

| Daily Odia News

ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ମହିଳା କ୍ରିକେଟ ଦଳ ଇତିହାସ ରଚିଛି। ଡିୱାଇ ପାଟିଲ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ପରାସ୍ତ କରି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ପ୍ରଥମ ଥର ପାଇଁ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ଟ୍ରଫି ଉଠାଇଛି। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଅସାଧାରଣ ପ୍ରଦର୍ଶନ ସହ ଏହି ବିଜୟ ହାସଲ କରିଛି ଭାରତ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଓପନର୍‌ ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମାଙ୍କ ଶତକୀୟ ଭାଗୀଦାରି ବଳରେ ୫୦ ଓଭରରେ ୭ ଉଇକେଟ ହରାଇ ୨୯୮ ରନ୍‌ର ବିଶାଳ ଟାର୍ଗେଟ ରଖିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ସମସ୍ତ ଉଇକେଟ ହରାଇ ୨୪୬ ରନ୍‌ରେ ଅଲ୍‌ଆଉଟ୍ ହୋଇ ପରାଜିତ ହୋଇଛି। ଅନ୍ତିମ ମୁହୂର୍ତ୍ତରେ ଡିପ୍ଟି ଶର୍ମାଙ୍କ ଯର୍କର ବଲ୍‌ରେ ଡି କ୍ଲର୍କଙ୍କ ଉଇକେଟ ନେଇ ଅଧିନାୟିକା ହରମନପ୍ରୀତ କୌର କ୍ୟାଚ୍ ଧରିଥିଲେ। ଏହାପରେ ଖେଳାଳିମାନେ ଆନନ୍ଦରେ ଅଧିନାୟିକାଙ୍କ ନିକଟରେ ଧାଇଁଆସିଥିଲେ। ଷ୍ଟାଣ୍ଡରେ ରୋହିତ ଶର୍ମା ମଧ୍ୟ ଆବେଗପ୍ରବଣ ହୋଇଥିବା ଦେଖାଯାଇଥିଲା। ଦର୍ଶକମାନେ ଏକଜୁଟ୍ ହୋଇ ‘ବନ୍ଦେ ମାତରମ୍‌’ ଧ୍ୱନିରେ ଷ୍ଟାଡିୟମ୍‌କୁ ଗଞ୍ଜାଇ ତୋଳିଥିଲେ। ବର୍ଷ ବର୍ଷର କଠିନ ପରିଶ୍ରମ ଓ ବିଶ୍ୱାସର ଫଳ ଏହି ବିଜୟ ବୋଲି ଖେଳାଳିମାନେ ପ୍ରକାଶ କରିଛନ୍ତି।

Breaking News