Report Card Odisha

| Daily Odia News

ମନୀଷ ମୃତ୍ୟୁ ମାମଲାରେ ବଦଳିଲେ ତମାଣ୍ଡୋ ଥାନା IIC,ସାଉଥ୍ ସିଟି ବାର୍ ରେ ଚଢାଉ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ଦାସ ମୃତ୍ୟୁ ମାମଲାରେ ଦାୟିତ୍ୱରେ ଅବହେଳା ଯୋଗୁଁ ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକଙ୍କୁ ବଦଳି କରାଯାଇଛି । କମିଶନରେଟ୍ ପୋଲିସ କାର୍ଯ୍ୟାଳୟକୁ ପି.କେ. ପଟ୍ଟନାୟକଙ୍କୁ ପଠାଇ ଦିଆଯାଇଛି । ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ଶୁଭ୍ରାଂଶୁ ଜେନା ତମାଣ୍ଡୋ ଥାନାର ଦାୟିତ୍ବ ତୁଲାଇବେ । ଶୁଭ୍ରାଂଶୁଙ୍କୁ ଦାୟିତ୍ବ ପ୍ରଦାନ କରିବା ପାଇଁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ମନୀଷ ମୃତ୍ୟୁ ମାମଲାରେ ସାଉଥ୍ ସିଟି ବାର୍ ଉପରେ ଚଢାଉ କରାଯାଇଛି । ବାର୍ ଭିତରୁ ବିପୁଳ ପରିମାଣର ମଦ ଜବତ କରାଯାଇଛି । ବାର୍ ର ଲାଇସେନ୍ସ ୨୦୨୧ ମସିହା ମାର୍ଚ୍ଚ ୩୦ ତାରିଖରୁ ଶେଷ ହୋଇଯାଇଥିଲା । ବିନା ଲାଇସେନ୍ସରେ ବାରଟି ଚୋରାରେ ଚାଲିଥିଲା ବୋଲି ସୂଚନା ମିଳିଛି। ତେବେ ‘ସାଉଥ ସିଟି’ର ବାରକୁ ଲିଜରେ ନେଇ ଚଳାଉଥିଲେ ପ୍ରସନ୍ନ ବେହେରା ଓ ପ୍ରଦ୍ୟୁମ୍ନ ଜେନାଙ୍କୁ ପୋଲିସ ଅଟକ ରଖିଛି । ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି । ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ନିଲମ୍ବିତ ହୋଇଛନ୍ତି କନେଷ୍ଟବଳ ପ୍ରସନ୍ନ ବେହେରା । ଭୁବନେଶ୍ବର କମିଶନରେଟ୍ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ହେଉଛନ୍ତି ପ୍ରସନ୍ନ । ମନୀଷ ମୃତ୍ୟୁ ମାମଲାର ତଦନ୍ତ ଆଧାରରେ ଡିସିପି ନିଲମ୍ବିତ କରିଛନ୍ତି । ବିଳମ୍ବିତ ରାତି ଯାଏଁ ଓ କର୍ଫ୍ୟୁ ନିୟମ ଉଲଘଂନ କରି ବାର୍ ଓ ଡ୍ୟାନ୍ସ ବାର୍ ଚାଲିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନିର୍ଦ୍ଧିଷ୍ଟ କାଳ ଯାଏଁ ସେ ନିଲମ୍ବିତ ହୋଇଥିବା ସୂଚନା ମିଳିଛି ।

Breaking News