Report Card Odisha

| Daily Odia News

ସ୍କୁଲ୍-କଲେଜ ଛୁଟି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ତାମିଲନାଡୁରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ୍-କଲେଜକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୯ ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି। ପ୍ରଭାବିତ ଜିଲ୍ଲାଗୁଡ଼ିକ ମଧ୍ୟରେ ନାଗାପାଟ୍ଟିନମ୍, କିଲଭେଲୁର ତାଲୁକ, ଭିଲୁପୁରମ, କୁଡାଲୋର, ରାଣୀପେଟ, ଭେଲୋର, ତିରୁଭାନନାମାଲାଇ, ଏବଂ କାଲାକୁରିଚି ରହିଛି। ବର୍ଷାର ପ୍ରଭାବକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲାଗୁଡିକର ଜିଲ୍ଲାପାଳ ସ୍କୁଲ୍-କଲେଜ ଛୁଟି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପାଣିପାଗ ରିପୋର୍ଟ ଅନୁସାରେ, ନାଗାପାଟ୍ଟିନମ୍ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗତକାଲି ରାଜଧାନୀ ଚେନ୍ନାଇର ବିଭିନ୍ନ ଅଞ୍ଚଳରେ ମଧ୍ୟ ହାଲୁକା ବର୍ଷା ସହ ମେଘୁଆ ପାଗ ରହିଥିଲା। ନୁଙ୍ଗମ୍ବକକ୍କମ ଏବଂ ମୀନାମ୍ବକ୍କମରେ ଯଥାକ୍ରମେ ୧୭ .୩ ମିମି ଏବଂ ୯ .୪ ମିମି ବର୍ଷା ରେକର୍ଡ କରାଯାଇଛି।

 

Breaking News