ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ୬୮ ବର୍ଷ ପରେ ଟାଟା ଗ୍ରୁପ୍କୁ ଫେରିଲା ଏୟାର ଇଣ୍ଡିଆ । ଟାଟା ଏୟାର ଇଣ୍ଡିଆ ପାଇଁ ପ୍ରାୟ ୧୮ ହଜାର କୋଟି ଟଙ୍କାର ଟେଣ୍ଡର କରିଥିଲା । ସୂଚନା ଅନୁଯାୟୀ ଡିଆଇପିଏଏମ୍ ସଚିବ କହିଛନ୍ତି ଯେ ଟାଟା ସନ୍ସ ଟେଲ୍ସ ପ୍ରାଇଭେଟ ଲିମିଟେଡ୍ ୧୮ ହଜାର କୋଟି ଟଙ୍କାର ନିଲାମ ଡାକି ପୁଣି ଥରେ ଏୟାର ଇଣ୍ଡିଆକୁ ହାତକୁ ନେଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଡିସେମ୍ବର ୨୦୨୧ ଶେଷ ସୁଦ୍ଧା ସମସ୍ତ ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି। ପୂବର୍ରୁ ମଧ୍ୟ ଏୟାର ଇଣ୍ଡିଆ ଟାଟା ଗ୍ରୁପ୍କୁ ଫେରିବା ନେଇ ଖବର ପ୍ରକାଶ ପାଇଥିଲା। କିନ୍ତୁ କେନ୍ଦ୍ର ସରକାର ଏହା ଚୂଡାନ୍ତ ନିଷ୍ପତ୍ତି ନୁହେଁ ଏହା ଭୁଲ ତଥ୍ୟ ବୋଲି ଦର୍ଶାଇଥିଲେ। ଅନ୍ତିମ ନିଷ୍ପତ୍ତି ଆସିଲେ ଖବର ଜଣାଇ ଦିଆଯିବ ବୋଲି କେନ୍ଦ୍ର ସରକାର କହିଥିଲେ। ଟାଟା ଏୟାର ଇଣ୍ଡିଆ ଏକ୍ସପ୍ରେସ ବ୍ୟତୀତ ଏୟାର ଇଣ୍ଡିଆର ଶତପ୍ରତିଶତ ନିୟନ୍ତ୍ରଣ ପାଇବ।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..