ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରସିଦ୍ଧ ତିରୁପତି ତିରୁମାଳା ବାଲାଜୀଙ୍କ ମନ୍ଦିରରେ ମିଳୁଥିବା ଲଡୁ ଭୋଗରେ ପଶୁ ଚର୍ବି ସହ ମାଛ ତେଲ ଆଦି ମିଶିଥିବା ନେଇ ଅଭିଯୋଗ ହୋଇଛି । ଜାତୀୟ ଡାଏରୀ ବିକାଶ ବୋର୍ଡ ଲଡୁରେ ଚର୍ବି ଥିବା ସ୍ପଷ୍ଟ କରିଛନ୍ତି । ରିପୋର୍ଟ ଅନୁଯାୟୀ, ତିରୁପତି ବାଲାଜୀରେ ଲଡୁ ଭୋଗ ପାଇଁ ମାଛ ତେଲ, ପଶୁ ଚର୍ବି ଆଦି ବ୍ୟବହୃତ ହେଉଛି । ଆଶ୍ଚର୍ଯ୍ୟ କଥା ହେଉଛି, ପ୍ରସାଦ କେବଳ ଭକ୍ତଙ୍କୁ ବଣ୍ଟାଯାଏ ତାହା ନୁହେଁ ବରଂ ଭଗବାନଙ୍କ ନିକଟରେ ମଧ୍ୟ ଏହି ଲଡୁ ଭୋଗ କରାଯାଏ। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲଡୁରେ ପଶୁ ଚର୍ବି ଓ ମାଛତେଲ ଥିବା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଜଗନମୋହନ ରେଡ୍ଡୀ ସରକାରଙ୍କ ସମୟରେ ଲଡୁ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ଓ ମାଛ ତେଲ ରହିଥିଲା। ଏହାପରେ ଘିଅ ନମୁନା ଯାଞ୍ଚ ପାଇଁ ଗୁଜରାଟ ପଠା ଯାଇଥିଲା। ତିରୁପତି ବାଲାଜୀ ମନ୍ଦିରରେ ମିଳୁଥିବା ଏହି ଲଡୁର ପୂର୍ବରୁ ହିଁ ଖୁବ୍ ଚାହିଦା ରହି ଆସିଛି। ଏହି ଲଡୁ ଭୋଗ ବିନା ଭଗବାନଙ୍କ ଦର୍ଶନ ଅସମ୍ପୂର୍ଣ୍ଣ ବୋଲି ମଧ୍ୟ କୁହାଯାଏ। ଏହି ଲଡୁ ପ୍ରସ୍ତୁତ କରିବାର ଶୈଳୀ ଖୁବ୍ ଭିନ୍ନ। ଏହି ଲଡୁ ପ୍ରସ୍ତୁତ ପାଇଁ ଏକ ସ୍ୱତନ୍ତ୍ର ରୋଷେଇ ଘର ମଧ୍ୟ ରହିଛି । ପ୍ରଥମେ ଲଡୁ ତିଆରି କରିବା ପାଇଁ କାଠ ଚୁଲ୍ଲା ବ୍ୟବହାର କରାଯାଉଥିଲା । ମାତ୍ର ୧୯୮୪ ପରେ ଗ୍ୟାସର ବ୍ୟବହାର କରାଗଲା। ଦୈନିକ ୮ ଲକ୍ଷ ଲଡୁ ତିଆରି କରାଯାଏ ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..