Report Card Odisha

| Daily Odia News

ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ଶିକ୍ଷକ…..

ରିପୋର୍ଟ କାର୍ଡ / ଟାଙ୍ଗୀ

ଜଣେ ଶିକ୍ଷକ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀଙ୍କୁ ଶିକ୍ଷା ଦେବା ବଦଳରେ ଯୌନ ଶୋଷଣ କରୁଥିଲେ | ଏଭଳି ସଂଗୀନ ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଓଡଗାଁରୁ । ଅଭିଯୁକ୍ତ ଶିକ୍ଷକ ଜଣକ ନୟାଗଡ଼ ଜିଲ୍ଲା ଓଡଗାଁ ଥାନା ଅଧିନସ୍ଥ ନନ୍ଦିଘର ଗ୍ରାମର ରାଜେଶ ବେହେରା । ସେ ଏବେ ନୟାଗଡ଼ ଜିଲ୍ଲାର ଓଡଗାଁ ଗ୍ରାମରେ ଥିବା ସରକାରୀ ରଘୁନାଥ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା କରୁଛନ୍ତି । ରାଜେଶ ଆଜକୁ ଦେଢବର୍ଷ ପୂର୍ବେ ଟ୍ୟୁସନ କରିବା ସମୟରେ ଏକାଧିକ ଛାତ୍ରୀ ମାନଙ୍କୁ ଯୌନ ଶୋଷଣ କରୁଥିଲେ । ସେ-ସବୁକୁ ନିଜ ମୋବାଇଲରେ ଫଟୋସୁଟ୍ କରି ରଖୁଥିଲେ । ଏକଥା ନାବାଳିକା ଛାତ୍ରୀମାନେ ଭୟଭ୍ରାନ୍ତି ଯୋଗୁଁ ପରିପ୍ରକାଶ କରିନଥିଲେ । ଏତିକିରେ ରାଜେଶର ମନ ବୁଝିନଥିଲା । ପରେ ପୁଣି ସେହି ଛାତ୍ରୀମାନଙ୍କୁ ପୁଣି ଯୌନକ୍ଷୁଧା ମେଣ୍ଟାଇବା ପାଇଁ ବ୍ଲାକ୍-ମେଲ୍ କରିବା ଆରମ୍ଭ କରିଥିଲେ । ଆଉ ଯେତେବେଳେ ଏହି ପିଡୀତାମାନେ ବଦମାସ ଶିକ୍ଷକ ରାଜେଶ କଥାରେ ଅମଙ୍ଗ ହୋଇଥିଲେ । ସେତେବେଳେ ରାଜେଶ ନିଜ ପାଖରେ ରଖିଥିବା ଛାତ୍ରୀମାନଙ୍କର ନଗ୍ନ ଫଟୋ ଏବଂ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ/ଭିଡିଓ ଭାଇରାଲ କରିଥିଲା । ଏଭଳି ଅଭିଯୋଗକୁ ଭିତ୍ତିକରି ରଣପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ତଥା ରସିକିଆ ମାଷ୍ଟର ରାଜେଶ ବେହେରାକୁ ପୋଲିସ ଗିରଫ କରିଛି.

Breaking News