ରିପୋର୍ଟ କାର୍ଡ / ଭୁବନେଶ୍ୱର
ଲେଭଲ୍ ଭି(ଏ) ଶିକ୍ଷକ ସଂଗଠନ ପକ୍ଷରୁ ପ୍ରାଥମିକ ଶିକ୍ଷକଙ୍କ ମୌଳିକ ଦାବିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶ୍ରମିକ ଭବନରେ ଅନୁଷ୍ଠିତ ବୈଠକରେ ଏଓପିଟିଏ, ପ୍ରାଥମିକ ବିଏଡ୍ ସଂଘ ଆଦି ଆଲୋଚନା କରିଥିଲେ। ଓଡ଼ିଶାର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଉପଯୁକ୍ତ ଦରମା ପ୍ରଦାନ ଏବଂ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଲାଗି ଡିସେମ୍ବର ତୃତୀୟ ସପ୍ତାହରେ ରାଜଧାନୀରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଛି। ଲେଭଲ୍ ଭି(ଏ) ବର୍ଗର ଶିକ୍ଷକ ନ୍ୟାଯ୍ୟ ଅଧିକାର ପାଇଁ ଦାବି କରି ଆସୁଛନ୍ତି। ଏଥର ଯଦି ଏମାନଙ୍କ ଦାବି ପୂରଣ ପ୍ରତି ଦୃଷ୍ଟି ଦିଆନଯାଏ, ଲୋୟର ପିଏମଜି ଠାରେ ଆନ୍ଦୋଳନ କରାଯିବ। ବୈଠକରେ ଉମେଶ ନାୟକ ସଭାପତିତ୍ବ କରିଥିଲେ। ଲେଭଲ ଭି(ଏ) ଶିକ୍ଷକ ସଂଗଠନ ଓଡ଼ିଶାର ସଦସ୍ୟ ଅଜିତ୍ ମହାରଣା, ପ୍ରଦୀପ୍ତ ବେହେରା, ସଲିଳ ପଟ୍ଟନାୟକ, ପ୍ରକାଶ ନାରାୟଣ ଜେନା, ଆଶିଷ ନାୟକ, ପ୍ରଦୀପ ସେନଗୁପ୍ତ, ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।






More Stories
ଜିଲ୍ଲା ଯୋଜନା ବୋର୍ଡ ପାଇଁ ଅଧ୍ୟକ୍ଷ ନିଯୁକ୍ତ…..
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..