ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟେଲିଗ୍ରାମର ସିଇଓ ପାଭେଲ ଡୁରୋଭଙ୍କୁ ଫ୍ରାନ୍ସରେ ଗିରଫ କରାଯାଇଛି। ତାଙ୍କୁ ଫ୍ରାନ୍ସର ରାଜଧାନୀ ପ୍ୟାରିସର ବୋର୍ଜେଟ୍ ବିମାନବନ୍ଦରରୁ ପୋଲିସ ଧରିଥିଲା। ପୋଲିସ ତାଙ୍କୁ ଗିରଫ କଲାବେଳେ ଆଜେରବାଇଜାନର ବାକୁ ବିମାନ ବନ୍ଦରରେ ସେ ତାଙ୍କ ବ୍ୟକ୍ତିଗତ ଜେଟରେ ଅବତରଣ କରିଥିଲେ। ଏକ ମାମଲାରେ ତାଙ୍କୁ ରବିବାର କୋର୍ଟରେ ହାଜର କରାଯିବ। ଟେଲିଗ୍ରାମ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇନାହିଁ। କିନ୍ତୁ ଏହି ଘଟଣାକୁ ନିଶ୍ଚିତ କରି ଫ୍ରାନ୍ସ ପୋଲିସ ଅଧିକାରୀ କହିଛନ୍ତି ଯେ ତାଙ୍କୁ ଗିରଫ କରାଯାଇ ପୋଲିସ ଷ୍ଟେସନକୁ ନିଆଯାଇଛି। ଏହି ଗିରଫ ଦ୍ୱାରା ରୁଷିଆର ବ୍ଲଗର୍ସମାନେ କ୍ରୋଧ ପ୍ରକାଶ କରିଛନ୍ତି। ରବିବାର ଅପରାହ୍ନରେ ସେମାନେ ଫ୍ରାନ୍ସର ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଡୁରୋଭଙ୍କୁ ତାଙ୍କ ଆପ୍ କାରଣରୁ ଗିରଫ କରାଯାଇଛି। ଫ୍ରାନ୍ସ ପୋଲିସ ଅଭିଯୋଗ କରିଛି ଯେ ଡୁରୋଭଙ୍କ ମେସେଜିଂ ଆପ୍ ଟେଲିଗ୍ରାମରେ ମୋଡରେଟର ଅଭାବ ରହିଛି। ଏହି କାରଣରୁ ଆପ୍ ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି। ଫରାସୀ ଏଜେନ୍ସି ଓଏଫଏମଆଇଏନ ଦେଶରେ ନାବାଳିକାଙ୍କ ପ୍ରତି ହେଉଥିବା ହିଂସାକୁ ରୋକିବା ପାଇଁ କାର୍ଯ୍ୟ କରିଥାଏ। ଠକେଇ, ଡ୍ରଗ୍ସ ଚୋରା ଚାଲାଣ, ସାଇବର ଅପରାଧ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଏଜେନ୍ସି ଡୁରୋଭଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା। ଏଜେନ୍ସି କହିଛି ଯେ ଡୁରୋଭ ଏହାର ସୋସିଆଲ୍ ନେଟୱାର୍କିଂ ପ୍ଲାଟଫର୍ମ ଟେଲିଗ୍ରାମର ଅପରାଧିକ ବ୍ୟବହାରକୁ ରୋକିବାରେ ବିଫଳ ହୋଇଛି। ସେଥିପାଇଁ ତାଙ୍କୁ ଗିରଫ କରାଯାଇଛି।






More Stories
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……