ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ତେଲୁଗୁ ଫିଲ୍ମ ଇଣ୍ଟଷ୍ଟ୍ରୀର ୟଙ୍ଗ ଆକ୍ଟର ସୁଧୀର ବର୍ମା । ହେଲେ ମାତ୍ର ୩୩ ବର୍ଷ ବୟସରେ ଅଚାନକ ତାଙ୍କର ଏପରି ମୃତ୍ୟୁକୁ ଅନ୍ୟମାନେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଗତ ୧୦ ତାରିଖରେ ସୁଧୀର ବିଷ ପିଇ ଦେଇଥିଲେ। ଏହାପରେ ସେ ଏହାର ଜ୍ୱଳା ସହି ନ ପରି ନିଜର ଜଣେ ବନ୍ଧୁଙ୍କ ନିକଟକୁ ଯାଇଥିଲେ। ସେଠାରେ ନିଜ ବନ୍ଧୁଙ୍କୁ ସବୁ କଥା କହିଥିବା ବେଳେ ସେ ତୁରନ୍ତ ତାଙ୍କୁ ଓସମାନିଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥାରେ ସୁଧାର ନ ଆସିବାରୁ ଗତ ୨୧ ତାରିଖରେ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତକାଲି ସୁଧୀର ଆଖି ବୁଜି ଦେଇଛନ୍ତି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..