Report Card Odisha

| Daily Odia News

ଜୀବନ ହାରିଲେ ତେଲୁଗୁ ଅଭିନେତା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ତେଲୁଗୁ ଫିଲ୍ମ ଇଣ୍ଟଷ୍ଟ୍ରୀର ୟଙ୍ଗ ଆକ୍ଟର ସୁଧୀର ବର୍ମା । ହେଲେ ମାତ୍ର ୩୩ ବର୍ଷ ବୟସରେ ଅଚାନକ ତାଙ୍କର ଏପରି ମୃତ୍ୟୁକୁ ଅନ୍ୟମାନେ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଗତ ୧୦ ତାରିଖରେ ସୁଧୀର ବିଷ ପିଇ ଦେଇଥିଲେ। ଏହାପରେ ସେ ଏହାର ଜ୍ୱଳା ସହି ନ ପରି ନିଜର ଜଣେ ବନ୍ଧୁଙ୍କ ନିକଟକୁ ଯାଇଥିଲେ। ସେଠାରେ ନିଜ ବନ୍ଧୁଙ୍କୁ ସବୁ କଥା କହିଥିବା ବେଳେ ସେ ତୁରନ୍ତ ତାଙ୍କୁ ଓସମାନିଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥାରେ ସୁଧାର ନ ଆସିବାରୁ ଗତ ୨୧ ତାରିଖରେ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗତକାଲି ସୁଧୀର ଆଖି ବୁଜି ଦେଇଛନ୍ତି।

Breaking News