ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଏକ ବଡ଼ ଷଡଯନ୍ତ୍ର ପଣ୍ଡ କରିଛି ଜାମ୍ମୁ କାଶ୍ମୀର ପୋଲିସ । ଜୈଶର ମଡ୍ୟୁଲର ପର୍ଦ୍ଦାଫାଶ କରି ପୋଲିସ ଚାରି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ଆତଙ୍କବାଦୀମାନେ ଏକ ମୋଟରସାଇକେଲ IED ବ୍ୟବହାର କରି ସ୍ୱାଧୀନତା ଦିବସରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଜମ୍ମୁ ପୋଲିସ ଚାରି ଜଣ ଜୈଶ୍ ଆତଙ୍କବାଦୀ ଏବଂ ସେମାନଙ୍କ ସହଯୋଗୀଙ୍କୁ ଗିରଫ କରିଛି । ଡ୍ରୋନରୁ ଦ୍ୱାରା ଭାରତ ସୀମାକୁ ଆସିଥିବା ବେଆଇନ୍ ଅସ୍ତ୍ରଶସ୍ତଅ ସଂଗ୍ରହ ଜୈଷ୍ ଆତଙ୍କବାଦୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଷଡଯନ୍ତ୍ର କରୁଥିଲେ ଗିରଫ ହୋଇଥିବା ଆତଙ୍କବାଦୀ । ଏହାସହ ଅଗଷ୍ଟ ୧୫ ପୂର୍ବରୁ ଗାଡିରେ IED ରଖି ଆକ୍ରମଣ କରିବାକୁ ଚେଷ୍ଟା ଉଦ୍ୟମ କରୁଥିଲେ । ଏହା ସହିତ ସେମାନେ ଦେଶର ଅନ୍ୟାନ୍ୟ ସହରରେ ମଧ୍ୟ ଟାର୍ଗେଟର ଆକ୍ରମଣ କରିବାକୁ ଯୋଜନା କରୁଥିଲେ । ସେପଟେ, ଜାମ୍ମୁ କାଶ୍ମୀରର କିଶୱାଡ଼ ଠାରୁ ସେନା ଆଇଇଡି ଉଦ୍ଧାର କରିଛି । କିଶୱାଡ଼ କୁଡି ଗ୍ରାମରେ ଆଇଇଡିକୁ ନିଷ୍କ୍ରିୟ କରାଯାଇଛି ।






More Stories
ରାମମନ୍ଦିର ଦାନ ଅର୍ଥ ଆତ୍ମସାତ୍ ମାମଲା;ଚମ୍ପତ ରାୟ,ଅନିଲ ମିଶ୍ର ଦୋଷମୁକ୍ତ…..
ବନ୍ୟା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..
ଯୁବଶକ୍ତି ଦେଶର ସବୁଠୁ ମୂଲ୍ୟବାନ ସମ୍ପତ୍ତି…..