ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ କାଶ୍ମୀରର ବାନ୍ଦିପୁରା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ବାନ୍ଦିପୁରାର ନିଶାନ୍ତ ପାର୍କ ନିକଟରେ ପୁଲିସ ଏବଂ ସିଆରପିଏଫ୍ ପାର୍ଟି ଉପରକୁ ଆଜି ଆତଙ୍କବାଦୀମାନେ ଗ୍ରେନେଡ୍ ମାଡ଼ କରିଥିଲେ। ଫଳରେ ଜଣେ ଯବାଦ ସହିଦ ହୋଇଛନ୍ତି। ଆହତ ହୋଇଥିବା ଅନ୍ୟ ୪ ଜଣ ଯବାନଙ୍କୁ ସେନା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଗ୍ରେନେଡ୍ ଆକ୍ରମଣ ପରେ ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ୍ ଅପରେସନ୍ ଆରମ୍ଭ କରିଦେଇଛନ୍ତି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..