ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରରେ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଆତଙ୍କବାଦୀ କାର୍ଯ୍ୟକଳାପ ସେତିକି ବଢ଼ି ଚାଲିଛି। ସନ୍ଧ୍ୟାରେ ଜମ୍ମୁ-କଶ୍ମୀର ପୋଲିସ ଟିମ ଉପରେ କିଛି ଆତଙ୍କବାଦୀ ଗୁଳି ମାଡ଼ କରିଛନ୍ତି। ରଜୌରୀ ଜିଲ୍ଲିର ଥାନା ମଣ୍ଡି ଅଞ୍ଚଳରେ ଏପରି ହମଲା ହୋଇଛି। ଆତଙ୍କବାଦୀମାନେ ପୋଲିସ ଟିମ ଉପରେ ଗୁଳି ମାଡ଼ କରିବା ପରେ ସ୍ଥାନୀୟ ଜଙ୍ଗଲକୁ ଚାଲିଯାଇଛନ୍ତି। ତେବେ ସେମାନଙ୍କୁ ଧରିବା ପାଇଁ ପୋଲିସ ଓ ଭାରତୀୟ ସେନା ପକ୍ଷରୁ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ପୂରା ଅଞ୍ଚଳକୁ କର୍ଡନ କରାଯିବା ସହ ଘଟଣା ସ୍ଥଳକୁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି। ପ୍ରାଥମିକ ତଥ୍ୟ ଅନୁସାରେ, ଥାନା ମଣ୍ଡିର ଲୋୟର କରୟୋତେ ଗାଁରେ କିଛି ସନ୍ଦିଗ୍ଧ ଗତିବିଧିର ଖବର ମିଳିଥିଲା। ଏହା ପରେ ପୋଲିସ ଓ ରାଷ୍ଟ୍ରୀୟ ରାଇଫଲର ଯବାନମାନେ ଗାଁ ଅଭିମୁଖେ ବାହାରି ଯାଇଥିଲେ। ତେବେ ସନ୍ଧ୍ୟା ପ୍ରାୟ ୭.୩୦ରେ ଆତଙ୍କବାଦୀମାନେ ଏକ ଅନ୍ଧାରିଆ ସ୍ଥାନରେ ଲୁଚି ରହି ପୋଲିସ ଟିମ ଉପରକୁ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଜବାବ ଦିଆଯାଇଥିଲା। ତେବେ ଅନ୍ଧକାରର ଫାଇଦା ଉଠାଇ ଆତଙ୍କବାଦୀ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି। କିଛି ସମୟ ପାଇଁ ହୋଇଥିବା ଗୁଳି ବିନିମୟରେ କେହି ବି ମୃତାହତ ହୋଇନାହାନ୍ତି। ଏବେ ବି ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି। କିଛି ଦିନ ତଳେ କୁପୱାଡାର ଏଲଓସି ନିକଟରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାକର୍ମୀ ପଣ୍ଡ କରିଥିଲେ। ଏଥିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..