ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜମ୍ମୁ-କଶ୍ମୀରର ଅଖନୋର ସେକ୍ଟରରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଏକ ଦଳ ସେନା ଗାଡି ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ତେବେ ଏହି ଗୁଳି ଚାଳନାରେ କାହାରି କିଛି କ୍ଷୟକ୍ଷତି ହୋଇନାହିଁ। ଏବେ ଜମ୍ମୁ-କଶ୍ମୀରର ଅଖନୋରଠାରେ ବ୍ୟାପକ ସର୍ଚ୍ଚ ଅପରେସନ ଚାଲିଛି। ସଂପୃକ୍ତ ଅଞ୍ଚଳରେ ସକାଳ ପ୍ରାୟ ୭ଟା ବେଳକୁ ତିନିଜଣ ଆତଙ୍କବାଦୀ ସେନା ଗାଡ଼ି ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚାଳନା କରିଥିଲେ। ତେବେ ଜାଣିବାକୁ ମିଳିଛି ଯେ ଆତଙ୍କବାଦୀମାନଙ୍କ ଏହି ଗୁଳି ଚାଳନା ପରେ ସୁରକ୍ଷା ବାହିନୀ ତୁରନ୍ତ ଏହି ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦେଇଥିଲେ। ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ଦୀପାବଳି ପାଇଁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଥିବା ଜଣାପଡ଼ିଛି। ତାହା ସତ୍ତ୍ବେ ବି ଗୁଳିକାଣ୍ଡ ଘଟିଥିବା ସୂଚନା ରହିଛି। ପ୍ରକାଶ ଥାଉକି ଗତ ଏକ ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ୨ ସୈନିକଙ୍କ ସମେତ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ଗତ ଅକ୍ଟୋବର ୨୪ ତାରିଖରେ ଆତଙ୍କବାଦୀମାନେ ବାରାମୁଲ୍ଲା ଜିଲ୍ଲାର ଗୁଲମର୍ଗ ନିକଟରେ ଏକ ସେନା ଗାଡି ଉପରେ ଆକ୍ରମଣ କରି ଦୁଇ ଜଣ ସୈନିକଙ୍କ ଦସମେତ ସମୁଦାୟ ୪ ଜଣଙ୍କୁ ହତ୍ୟା କରିଥିଲେ।






More Stories
କୋର୍ଟକୁ ବୋମା ଧମକ…..
ରେପୋ ରେଟରେ ଅପରିବର୍ତ୍ତିତ…..
ଭଡ଼ାଘର ଦେବେ ସରକାର…..