ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭା ପ୍ରଶ୍ନକାଳରେ ଉଠିଲା OTM ପୁନରୁଦ୍ଧାର ପ୍ରସଙ୍ଗ । କଟକ ଚୌଦ୍ବାର ବିଧାୟକ ସୌଭିକ୍ ବିଶ୍ଵାଳ ପ୍ରସଙ୍ଗ ଉଠାଇ କହିଛନ୍ତି କୋର୍ଟଙ୍କ ନିର୍ଦ୍ଦେଶ ନେଇ OTM ଜମି ନିଲାମ ହୋଇପାରିବନି । OTM ପୁନରୁଦ୍ଧାର ନେଇ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାର ଷ୍ଟାଟସ୍ କ’ଣ | ଚଳିତ ମାସ ୨୧ ତରିଖରେ ହାଇକୋର୍ଟରେ ଶୁଣାଣି ଅଛି । ଏହା ପୂର୍ବରୁ ସମସ୍ତ ନଥିପତ୍ର ପ୍ରସ୍ତୁତ କରି ଦାଖଲ କରିବାକୁ ବିଧାୟକ ପ୍ରସ୍ତାବ ଦେଇଛନ୍ତି । ଅନ୍ୟପଟେ OTMକୁ ପୁନରୁଦ୍ଧାର ଲାଗି ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଅବଗତ କରିଛନ୍ତି । ୩୭୨୦ ଜଣଙ୍କୁ ସ୍ଵେଚ୍ଛାକୃତ ଅବସର ଦିଆଯାଇ ୨୧୬୩ କୋଟି ଟଙ୍କାର ସହାୟତା ରାଶି ଦିଆଯାଇଛି ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..