ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ସ୍ରେଥା ଥାଭିସିନଙ୍କୁ ପଦବୀରୁ ବହିଷ୍କାର କରାଯାଇଛି। କ୍ୟାବିନେଟ ନିଯୁକ୍ତି କ୍ଷେତ୍ରରେ ସମ୍ବିଧାନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଦେଶର ସାମ୍ବିଧାନିକ କୋର୍ଟ ବୁଧବାର ତାଙ୍କ ବିରୋଧରେ ଏହି ପଦକ୍ଷେପ ନେଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ କେଉଁ କ୍ୟାବିନେଟ ନିଯୁକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ସମ୍ବିଧାନର ଉଲ୍ଲଂଘନ କରିଛନ୍ତି ସେ ସମ୍ପର୍କରେ କୋର୍ଟଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ। ନୈତିକତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ସମ୍ବିଧାନ ବିରୋଧୀ ବୋଲି କୋର୍ଟ ଦର୍ଶାଇଛନ୍ତି। ଅନ୍ୟପଟେ ପଦରୁ ହଟିବା ପରେ କୋର୍ଟଙ୍କ ନିଷ୍ପତ୍ତିକୁ ସେ ସମ୍ମାନ ଜଣାଉଛନ୍ତି ବୋଲି ସ୍ରେଥା କହିଛନ୍ତି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..