ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୦ତମ କିସ୍ତି ଆଜି ହିତାଧିକାରୀଙ୍କୁ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ବାରାଣସୀରେ ଏହି ଅର୍ଥକୁ କୃଷକଙ୍କ ବ୍ୟାଙ୍କ ଖାତାକୁ ରିଲିଜ୍ କରିବେ। ଏହି କିସ୍ତିରେ ପ୍ରତ୍ୟେକ ହିତାଧିକାରୀ କୃଷକଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ମୋଟ ୯.୭କୋଟି କୃଷକଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ୨୦,୫୦୦ କୋଟି ଟଙ୍କା ପ୍ରଦାନ କରାଯିବ। ୨୦୧୯ରେ ଆରମ୍ଭ କରାଯାଇଥିବା ଏହି ଯୋଜନାରେ ମୋଟ ୩.୬୯ଲକ୍ଷ କୋଟି ଟଙ୍କା ପ୍ରଦାନ କରାଗଲାଣି। ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୪ମାସ ଅନ୍ତରରେ ବାର୍ଷିକ ୬ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବାରାଣସୀ ଗସ୍ତ କାଳରେ ୨,୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ।






More Stories
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..
ପିଟି ହେଲା ଦୁଇ ବିମାନର ଡେଣା…..