Report Card Odisha

| Daily Odia News

ଡିସେମ୍ବର ୧୫ରୁ ମିଳିବ ଯୁକ୍ତ ଦୁଇ ଆଡମିଟ୍‌ କାର୍ଡ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା ଫର୍ମପୂରଣ ସୋମବାର ଶେଷ ହୋଇଛି। ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା, ରେଗୁଲାର୍ ଏବଂ ଏକ୍ସ ରେଗୁଲାର ଥିଓରୀ ପରୀକ୍ଷା ପାଇଁ ପ୍ରାୟ ୩ ଲକ୍ଷ ୯୫ ହଜାର ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି । ଆସନ୍ତା ଫେବୃଆରୀ ୧୮ରୁ ଥିଓରୀ ପରୀକ୍ଷା ହେବାକୁ ଥିବାବେଳେ ଆସନ୍ତା ୧୫ ତାରିଖରୁ ଆଡମିଟ୍‌ କାର୍ଡ (ପ୍ରବେଶ ପତ୍ର) ମିଳିବ। ୨୦୬୨ ଶିକ୍ଷାନୁଷ୍ଠାନ(କନିଷ୍ଠ ମହାବିଦ୍ୟାଳୟ)ର ଛାତ୍ରଛାତ୍ରୀ ୧୨୭୦ କେନ୍ଦ୍ରରେ ପରୀକ୍ଷା ଦେବେ। ସବୁ କେନ୍ଦ୍ରରେ ସିସି କ୍ୟାମେରା ଲାଗିଥିବାବେଳେ ଆଡମିଟ୍‌ କାର୍ଡ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କପି ରୋକିବାକୁ ସିସି କ୍ୟାମେରା ସହ ଏଥର ଚତୁଃସ୍ତରୀୟ ସ୍କ୍ଵାର୍ଡ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ଥର ପ୍ରତି ଜିଲାରେ ଜିଲାସ୍ତରୀୟ ସ୍କ୍ଵାର୍ଡ ଗଠନ କରାଯିବ।

Breaking News