ରିପୋର୍ଟ କାର୍ଡ / ଭୁବନେଶ୍ୱର
ଗତରାତିରେ ପୁରୁଣା ଭୁବନେଶ୍ୱରରେ ଛାତରୁ ଖସି ପଡି କୂଅ ଭିତରେ ଗଳି ପଡିଲେ ଯୁବତୀ । ଯୁବତୀ ଜଣଙ୍କ ମୋ’ ବସ୍ରେ କଣ୍ଡକ୍ଟର ଭାବେ କାମ କରନ୍ତି ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ଖବର ପାଇ ଲିଙ୍ଗରାଜ ଥାନା ପୋଲିସ ପହଂଚି ତଦନ୍ତ ଜାରି ରଖିଛି | ତେବେ ଭୁବେନଶ୍ୱର ଶ୍ରୀରାମ ନଗର ଲେନ୍-୧୩ରେ ଥିବା କୂଅ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କ ନାଁ କ୍ରିଷ୍ଣା ମହାନ୍ତି । ସେ ‘ମୋ ବସ୍’ରେ କଣ୍ଡକ୍ଟର ଭାବେ କାମ କରୁଥିଲେ ବୋଲି କୁହାଯାଉଛି । ମୃତ ମହିଳା ଜଣକ ସେଠାରେ ଘର ଭଡ଼ା ନେଇ ରହୁଥିଲେ । ଫୋନରେ କଥା ହେଉଥିବା ବେଳେ ଫସିପଡିବାରୁ ମୃତ୍ୟୁ ହୋଇଥିବା ନେଇ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି । ଅଗ୍ନିଶମ କର୍ମଚାରୀ ଓ ଲିଙ୍ଗରାଜ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ଛାନଭିନ୍ ଜାରି ରଖିଛନ୍ତି ।






More Stories
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……
ବ୍ୟବସାୟୀ ଅପହରଣ ମାମଲା: ପୋଲିସ-ସାମ୍ବାଦିକ ଗିରଫ…..
ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ!…..