ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜସ୍ଥାନର କୋଟାରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଚାମ୍ବଲ ନଦୀରେ ଖସିପଡିଛି ଏକ ବରଯାତ୍ରୀ ଗାଡି । ବିଳମ୍ବିତ ରାତିରେ ବର ଯାତ୍ରୀ ଯାଉଥିବାବେଳେ ଘଟିଛି ଅଘଟଣ । ସୂଚନା ଅନୁଯାୟୀ ଗତକାଲି ରାତିରେ ଗାଡିଟି ବରବାଡା ଠାରୁ ଉଜୈନ ଯାଉଥିଲା । ସେହି ସମୟରେ ନାୟାପୁରା କଲଭର୍ଟର ଚାମ୍ବଲ ନଦୀରେ ଗାଡିଟି ଖସିପଡିଥିଲା । କୁହାଯାଉଛି କି କାରରେ ବର ସମେତ ୯ଜଣ ଲୋକ ଥିଲେ। ବର ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି। କେହି ଜଣେ ଏହା ଦେଖିବା ପରେ ସୂଚନା ଦେଇଥିଲେ । ଘଟଣା ବିଷୟରେ ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଘଟଣାକୁ କେନ୍ଦ୍ର କରି ପୋଲିସ କହିଛି କି ସକାଳ ପ୍ରାୟ ୮.୩୦ ସମୟରେ ଏକ କାର ନଦୀରେ ପଡ଼ିଥିବାର ସୂଚନା ମିଳିଥିଲା । ଏହା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। । ଜଣେ ଗୁରୁତର ଆହତ ଥିଲା ହେଲେ ବର୍ତ୍ତମାନ ବର ସମେତ ୯ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି ବୋଲି କୁହାଯାଇଛି । ଦୁର୍ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।
More Stories
ଗଳା କାଟି ବ୍ୟବସାୟୀଙ୍କୁ ହତ୍ୟା…..
୧୨ରୁ ୧ଟା ସୁଦ୍ଧା ସରିବ ହୋଲି ଖେଳ…..
ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବିସ୍ଫୋରଣ….