ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀ ମୋହନ ମାଝି ମଧ୍ୟାହ୍ନରେ ରାଜଭବନଯାଇଛନ୍ତି। ରାଜ୍ୟପାଳଙ୍କ ନିମନ୍ତ୍ରଣ ଅନୁସାରେ ରାଜଭବନ ପହଞ୍ଚିଛନ୍ତି। ଶୁକ୍ରବାର ଭୁବନେଶ୍ୱର ଗସ୍ତରେ ଆସିଥିଲେଲୋକ ସଭା ବାଚସ୍ପତି ଓମ ର୍ବିଲା। ଓଡ଼ିଶା ଲୋକସେବା ଭବନର କନ୍ଭେନ୍ସନ ସେଣ୍ଟରଠାରେ ଦୁଇଦିନିଆ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହାକୁ ଲୋକ ସଭା ବାଚସ୍ପତି ଓମ ର୍ବିଲା ଉଦ୍ଘାଟନ କରିଛନ୍ତି। ୧୯୯୪ ପରେ ପ୍ରଥମ ଥର ଓଡ଼ିଶାରେ ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ରାଜ୍ୟସଭା ଉପାଧ୍ୟକ୍ଷ ଓ ୨ କେନ୍ଦ୍ର ମନ୍ତ୍ରୀ ଭାଗ ନେବେ। ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧି ଯୋଗଦେବେ। ବିଧାନସଭା କମିଟି ଅଧ୍ୟକ୍ଷଙ୍କ ସହ ୫ ସଦସ୍ୟ ଓ ୪ ବିଧାୟକ ଯୋଗଦେବେ। ୨୯ ଓ ୩୦ ତାରିଖ ୨ ଦିନ ଧରି ଏହି ଜାତୀୟ ସମ୍ମିଳନୀ ଚାଲିବ।
More Stories
ଶ୍ରୀମୟୀଙ୍କ ପାଇଁ ବାହାରିଲେ ଦେବାଶିଷ…..
ରେଡ଼ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଶୁଭମିତ୍ରାଙ୍କ ମର୍ଡର କେସ……
ମୁଖ୍ୟମନ୍ତ୍ରୀଙ୍କ ଭାଜପା ବିଧାୟକ ଦଳ ବୈଠକ……