ରିପୋର୍ଟକାର୍ଡ / ଭୁବନେଶ୍ବର
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବୁଧବାର ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ଵରସ୍ଥିତ ଓୟୁଏଟି ଫାର୍ମରେ ମୁଖ୍ୟମନ୍ତ୍ରୀ ଅଖିମୁଠି ଅନୁକୂଳ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜମିରେ ବିହନ ବୁଣିବା ସହ ହଳଲଙ୍ଗଳ ଧରି ହଳ ମଧ୍ୟ କରିଛନ୍ତି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଏକାମ୍ର ବିଧାୟକ ବାବୁ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଅକ୍ଷୟ ତୃତୀୟା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ‘ଏକ୍ସ’ରେ ଲେଖିଛନ୍ତି, ‘‘ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। କୃଷି ଓ କୃଷକଙ୍କ ପାଇଁ ଅକ୍ଷୟ ତୃତୀୟା ପର୍ବ ସ୍ୱତନ୍ତ୍ର। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜିର ଅକ୍ଷିମୁଠି ଅନୁକୂଳ ଶୁଭ ହେଉ। ଚଳିତ ବର୍ଷ ଭଲ ଫସଲ ଅମଳରେ ଚାଷୀ ଭାଇ, ଭଉଣୀଙ୍କ ଅମାର ପରିପୂର୍ଣ୍ଣ ହେଉ। ଏହି ପବିତ୍ର ଅବସରରେ ରାଜ୍ୟର ସମୃଦ୍ଧି ସହ ସମସ୍ତଙ୍କ ମଙ୍ଗଳମୟ ଜୀବନ କାମନା କରୁଛି।’’ଅନ୍ୟପକ୍ଷେ ଆଜି ପାଳିତ ହେଉଛି ରାଜ୍ୟସ୍ତରୀୟ କୃଷକ ସମାରୋହ। ଏହି ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ସିଏମ କିଷାନ ଟଙ୍କା ପଠାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଏମ୍ କିଷାନ ଟଙ୍କା ପଠାଇଛନ୍ତି । ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଆସିଲା ସିଏମ କିଷାନ ଟଙ୍କା।୧ ହଜାର କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଖାତାକୁ ପଠାଯାଇଛି। ରାଜ୍ୟସ୍ତରୀୟ କୃଷକ ସମାରୋହରେ ଏହି ଟଙ୍କା ପାଇ ଚାଷୀ ଉପକୃତ ହେବେ ବୋଲି ଚାଷୀଙ୍କ ମହଲରେ ଖୁସିଦେଖିବାକୁ ମିଳିଛି।
More Stories
ତିନି ମାସ ଅପେକ୍ଷା କରିବେ ସରକାର …..
ଜୀବନ ଯୁଦ୍ଧରେ ହାରିଗଲେ FM ଛାତ୍ରୀ…….
ଭୁବନେଶ୍ୱରରେ ରାଷ୍ଟ୍ରପତି…..