ରିପୋର୍ଟକାର୍ଡ / ବ୍ରହ୍ମପୁର
ଆଜି ପବିତ୍ର ଅକ୍ଷୟ ତୃତୀୟା | ଏହି ଦିନ କୃଷି କାର୍ଯ୍ୟ ଆରମ୍ଭ ହୋଇଥାଏ | ଅଖିମୁଠି ଅନୁକୂଳ କରାଯିବାର ପରମ୍ପରା ରହିଛି। ଆଜି ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଗୋଳନ୍ଥରା ଗ୍ରାମର କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଖିମୁଠି ଅନୁକୂଳ କରିଛନ୍ତି। ଏହି ଅବସରରେ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ମଧ୍ୟ ଉପସ୍ଥିତ ଥିଲେ। ସେ ସେଠାରେ ଜମିରେ ହଳଲଙ୍ଗଳ ଧରି ହଳ କରିଥିଲେ। ସେ କହିଛନ୍ତି, ଅକ୍ଷୟ ତୃତୀୟା ଦିନକୁ ଚାଷୀ ଅପେକ୍ଷା କରିଥାନ୍ତି। ମୁଁ ବି ଜଣେ ଚାଷୀ। ବହୁଦିନ ପରେ ମୋତେ ହଳ କରିବାର ସୁଯୋଗ ମିଳିଛି। ଏହି ଅବସରରେ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ମଧ୍ୟ ଉପସ୍ଥିତ ଥିଲେ। ସେ ସେଠାରେ ଜମିରେ ହଳଲଙ୍ଗଳ ଧରି ହଳ କରିଥିଲେ। ସେ କହିଛନ୍ତି, ଅକ୍ଷୟ ତୃତୀୟା ଦିନକୁ ଚାଷୀ ଅପେକ୍ଷା କରିଥାନ୍ତି। ମୁଁ ବି ଜଣେ ଚାଷୀ। ବହୁଦିନ ପରେ ମୋତେ ହଳ କରିବାର ସୁଯୋଗ ମିଳିଛି। ସକାଳ ୧୦ ଘଟିକା ସମୟରେ ଗୋପାଳପୁର ସ୍ଥିତ ନୂତନ ସର୍କିଟ ହାଉସ୍ ସମ୍ମିଳନୀ କକ୍ଷ ଠାରେ ରାଜ୍ୟପାଳ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଭାଗର ସମିକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।
More Stories
ଧର୍ମଶାଳା ଏବିଡିଓ ଗିରଫ…..
୧୧ ଜିଲ୍ଲାକୁ କାଳବୈଶାଖୀ ବର୍ଷା ସମ୍ଭାବନା ….
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ !….