Report Card Odisha

| Daily Odia News

ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତବର୍ଷ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯାଉଛି। ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି।ବଜେଟ୍ ଆରମ୍ଭରେ ହିଁ ପ୍ରଭୁ ଜଗନ୍ନାଥ ଓ ପୁରୀ ସହ ଜଡିତ ବିକାଶ ପ୍ରକଳ୍ପ ବାବଦରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ବିକାଶ ପ୍ରକଳ୍ପ ପାଇଁ ହଜାରେ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।ବଜେଟରେ ବନ୍ୟା ପରିଚାଳନା ପାଇଁ ୫୩୦ କୋଟି-ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର ପ୍ରୋଗ୍ରାମ ପାଇଁ ୧ ହଜାର କୋଟି-ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୧୮୦ କୋଟି-ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ପାଇଁ ୨୮୦ କୋଟି-ନଦୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଞ୍ଜୀବନୀ ପାଇଁ ୧୦୦ଟି-୩ ଲକ୍ଷ ୩୩ ହଜାର ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ କୋ-୨୦୨୯ ସୁଦ୍ଧା ୧୫ ହଜାର ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଲକ୍ଷ୍ୟବଜେଟରେ ‘ଚିଲିକା ପୁନରୁଦ୍ଧାର’ ଯୋଜନା ଘୋଷଣା-ଭୂ-ଆକୃତିଗତ ଅସ୍ଥିରତା ଦୂର ପାଇଁ କାର୍ଯ୍ୟ କରିବ ଯୋଜନାଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପାଇଁ ୧୦ କୋଟି-ମହାନଦୀ ତଟବର୍ତ୍ତୀ ସୁରକ୍ଷା ଓ ପର୍ଯ୍ୟଟନ ପାଇଁ ୮୦ କୋଟି-ପୁରୁଣା ଓ କ୍ଷତିଗ୍ରସ୍ତ ଜଳସେଚନ ଭିତ୍ତିଭୂମି ପାଇଁ ୧୦୦ କୋଟିଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି-ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ‘ସମର୍ପଣ’ ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି-ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ

Breaking News