Report Card Odisha

| Daily Odia News

ସୁଆଣ୍ଡୋ ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ପୁରୀ

ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜନ୍ମପୀଠ ପୁରୀ ଜିଲ୍ଲା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମରେ ଆଜି ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ | ସେଠାରେ ଗୋପବନ୍ଧୁଙ୍କ ସର୍ବବୃହତ ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୧ଟାରେ ସୁଆଣ୍ଡୋ ଗ୍ରାମରେ ପହଞ୍ଚିବାପରେ ନବନିର୍ମିତ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଏହାର ଲୋକାର୍ପଣ କରିବା ସହ ଆୟୋଜିତ ସଭାରେ ଯୋଗଦେବେ। ପ୍ରକଳ୍ପ ଲୋକର୍ପଣ କରିବା ଅବସରରେ ସେ ଏକ ଘଣ୍ଟା ସୁଆଣ୍ଡୋରେ ରହିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୫ କୋଟି ୮୦ ଲକ୍ଷ ଟଙ୍କାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଜନ୍ମପୀଠ ସୁଆଣ୍ଡୋ ଗାଁ ଇତିମଧ୍ୟରେ ନୂଆ ରୂପ ପାଇଛି।

Breaking News