ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁରକ୍ଷା ତ୍ରୁଟି ଯୋଗୁଁ ଦେଶ ପୂର୍ବରୁ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କୁ ହରାଇଛି। ତେଣୁ ପଂଜାବରେ ପ୍ରଧାନମନ୍ତ୍ରୀଙ୍କ କାରକେଡ୍କୁ ଯେଭଳି ଅଟକାଗଲା ତାହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ଉଚିତ। ଏନେଇ ଶିବସେନା ନେତା ସଞ୍ଜୟ ରାଉତ ପ୍ରତିକ୍ରିୟା ରଖିଛନ୍ତି | ଟ୍ବିଟ୍ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ସମଗ୍ର ଦେଶର ଅଟନ୍ତି ଏବଂ ତାଙ୍କ ସୁରକ୍ଷାକୁ ନେଇ କୌଣସି ସାଲିସ ହୋଇପାରିବ ନାହିଁ। ମୋଦୀଙ୍କ ପଂଜାବ ଗସ୍ତ ସମୟରେ ଘଟିଥିବା ସୁରକ୍ଷା ତ୍ରୁଟି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଉତ ଗୁରୁତ୍ବାରୋପ କରିଛନ୍ତି।






More Stories
ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍…..
ବିମାନରେ ନିଆଁ….
ଲିଭ୍-ଇନ୍ ସମ୍ପର୍କକୁ ମିଳିବ ସ୍ଵାମୀ ସ୍ତ୍ରୀ ମାନ୍ୟତା…..